ବେଆଇନ କରତକଳ ଉପରେ ବନ୍ୟବିଭାଗର ଅଚାନକ ଚଢାଉ
କାକଟପୁର, (ୱାଏନଏସ):ଦୀର୍ଘ ଦିନ ହେବ କାକଟପୁର ବ୍ଲକ ରେ କିଛି ଲୋକ ବେ ଆଇନ କରତ କଳ ଚାଲୁରଖିଛନ୍ତି, ଏହାକୁ ନେଇ ବିଭିନ୍ନ ସମୟ ରେ ସ୍ଥାନିୟ ବନବିଭାଗ ଓ ଜିଲ୍ଲା ବନ୍ୟବିଭାଗ ପାଖରେ ଅନେକ ଅଭିଯୋଗ ରହିଛି, ଜଙ୍ଗଲ ର ବିଭିନ୍ନ ଦାମୀ ଦାମୀ କାଠ କାଟି ତାହାକୁ ବେଆଇନ ଭାବେ ଚାଲାଣ କରୁଛନ୍ତି ଏହି ବେଆଇନ କରତକଳ ମାଲିକ ମାନେ, କେବଳ ସେତିକି ନୁହେଁ, ବର୍ତ୍ତମାନ ସାଧାରଣ ଲୋକ ଙ୍କ ନିମନ୍ତେ ବିଦ୍ୟୁତ ସଙ୍କଟ ଦେଖାଯାଉଥିବା ବେଳେ ଏମାନେ ଅତ୍ୟଧିକ ବିଦ୍ୟୁତ ବ୍ୟବହାର କରି ଅଞ୍ଚଳ ରେ ବିଦ୍ୟୁତ ସଙ୍କଟ ମଧ୍ୟ ସୃଷ୍ଟି କରୁଥିଲେ, ବିଗତ ଦିନ ର ଜଙ୍ଗଲ ବର୍ତ୍ତମାନ ପଦା ହେବାକୁ ବସିଛି, ଏହିଭଳି ଭାବେ କାକଟପୁର ଅଞ୍ଚଳ ରେ ଭିନ୍ନ ଭିନ୍ନ ସ୍ଥାନରେ ବେଆଇନ କରତକଳ ଚାଲୁଛି, ଯାହାକୁ ନେଇ ରାଜ୍ୟ ସରକାର ଙ୍କ କର ହ୍ରାସ ପାଇବା ସହିତ ଜଙ୍ଗଲ ସବୁ ନିଜ ନିଜ ର ବାସ୍ତବ ଭୌଗୋଳିକ ସ୍ଥିତି ହରାଉଛି, ଏହାକୁ ନେଇ ଆଜି ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ଙ୍କ ନେତୃତ୍ୱ ରେ ପୁରୀ, କୋଣାର୍କ ବାଲୁଖଣ୍ଡ, ବ୍ରହ୍ମଗିରୀ, ଗୋପ, ଅସ୍ତରଙ୍ଗ ରେଞ୍ଜ ର ସ୍ୱତନ୍ତ୍ର ଟିମ୍ ଆଜି ସକାଳୁ ସକାଳୁ କାକଟପୁର ବ୍ଲକ ଅଚାନକ ଗସ୍ତ କରି କାକଟପୁର ବ୍ଲକ ଓ କଣ୍ଟପଡା ରେ ଦୀର୍ଘ ଦିନ ହେବ ଚାଲୁଥିବା ବେ ଆଇନ କରତକଳ ଉପରେ ଚଢ଼ାଉ କରିଥିଲେ, ଉକ୍ତ ସ୍ଥାନ ରେ ଟିମ୍ ପହଞ୍ଚିବା ର ପ୍ରାରମ୍ଭିକ ଖବର ମିଲ୍ ମାଲିକ ମାନେ କିପରି ପାଇଲେ ତାହା ଜଣାନାହିଁ, କିନ୍ତୁ ସେହିଭଳି ଦାମୀ ଜଙ୍ଗଲ କାଠ ନପାଇ ମିଲ୍ ର ସବୁ ବିଦ୍ୟୁତ ସଂଯୋଗ କୁ କାଟିଦେବା ସହ ଲକ୍ଷ ଲକ୍ଷ ଟଙ୍କା ର ମେସିନ ସବୁ ସିଜ୍ କରିଛି ବନବିଭାଗ, ଏହିପରି ଯେଉଁ ବେଆଇନ କରତକଳ ରହିଛି ଏମାନଙ୍କ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅଧିକାରୀ ମତାମତ ପ୍ରଦାନ କରିଛନ୍ତି.