ବେଆଇନ କାଠପଟା ଚୋରାଚାଲାଣ,ପଟା ସହ ଅଟୋ ଜବତ ଦୁଇ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ନିକଟସ୍ଥ ଜାମଢିଅ ରୁଆଆମ୍ବ ରାସ୍ତାରେ ଗତକାଲି ସଂନ୍ଧ୍ୟା ୪.୪୫ ମିନଟରେ ଏକ ଯାତ୍ରୀ ବାହୀ ଅଟୋରୁ ବିପୁଳ ପରିମାଣର ବହୁ ମୁଲ୍ୟବାନ ପିଆଶାଳ କାଠକୁ ଜବତ କରିଛି ବନ ବିଭାଗ । ଉକ୍ତ ଅଟୋ ନଂ AP୩୦Y୬୭୯୨ଟି ଖାରିଗୁମା ଅଞ୍ଚଳରୁ ଚନ୍ଦ୍ରଗିରି ଅଭିମୁଖେ କାଠ ପଟା ନେଇ ଆସୁଥିବା ବେଳେ ରାସ୍ତା କଡରେ ବନ ବିଭାଗ ଜବତ କରିଥିଲା । ଗାଡିରେ ୨୧ଟି ଶାଳ କାଠ ପଟା ମିଳିଥିବା ବେଳେ ଦୁଇଜଣ କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖାରିଗୁମା ଗ୍ରାମର ଦୟାନିଧି ପାଇକ, ଟୁକୁନା ପାଇକ । ଜବତ କାଠପଟା ର ପରିମାଣ ୮.୮୧ଘନଫୁଟ ,ଏବଂ ଏହାର ବଜାରରେ ଆନୁମାନିକ ମୂଲ୍ୟ ୨୦ ହଜାରରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୁଚନା ମିଳିଛି । ବେଆଇନ ଭାବେ ଚୋରା କାଠ କାରବାର ଅଭିଯୋଗ ରେ ଅଟୋସହ କାଠପଟା କୁ ଜବତ କରିବା ସହ ଦୁଇ ଜଣ ଗିରଫ କରି ପୁଡାମାରୀ ସ୍ଥିତ ହାଜତରେ ରଖାଯାଇଛି । ତେବେ ଏହି ଚୋରା କାରବାର ରେ ଅନ୍ୟ କାହାର ସଂମୃକ୍ତି ନେଇ ତଦନ୍ତ ଜାରୀ ରଖିଥିବା ସୁଚନା ଦେଇଛନ୍ତି ପାରଳାଖେମୁଣ୍ଡି ଡି.ଏଫ.ଓ ସଂଗ୍ରାମ କେଶରୀ ବେହେରା ।