ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିଲା ରାଇରଙ୍ଗପୁର ଟାଉନ ପୋଲିସ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଶ୍ରାବଣ ମାସ ।ବୋଲେ ବମ ଯାତ୍ରା ପାଇଁ ଭକ୍ତ ବ୍ୟାକୁଳ । ତାଙ୍କର ପ୍ରିୟ ଈଷ୍ଟ ଦେବତାଙ୍କ ମୁଣ୍ଡରେ ସୁଦୂର ନଦୀରୁ ଜଳ ଆଣି ଜଳ ଲାଗି କରିବା ପାଇଁ ଭକ୍ତ ଚଳ ଚଂଚଳ ।ଭକ୍ତଵୃନ୍ଦଙ୍କ ମନବାଞ୍ଛା ପୂରଣ ପାଇଁ ଶିବ ଲାଗି ଅର୍ଘ୍ୟ ଗଂଜେଇର ଆବଶ୍ୟକତା ରହିଛି ଜାଣି ବେଆଇନ ଗଞ୍ଜେଇ ବିକ୍ରେତା ମାନେ ସକ୍ରିୟ ହୋଇ ଉଠିଛନ୍ତି ।ତଦସହ ଅହେତୁକ ଦରଦାମ ବୃଦ୍ଧି,ମହଙ୍ଗା ବଜାର ଭକ୍ତଙ୍କୁ ନୟାନ୍ତ କରିଦେଇଛି ।ଢକଳମ ବଦଳରେ ଆୟୂର୍ଵେଦିକ ପଥ୍ଯ ଓ ସୁଲଭ ମୂଲ୍ୟରେ ହାତ ପାହାନ୍ତାରେ ଗଞ୍ଜେଇ ଉପଲବ୍ଧ ହେଉଛି । ଏହାକୁ ସେବନ କଲେ ପୋଲିସ ବି ପାଟିରେ ନଳି ପୁରାଇବ ନାହିଁ କି କିଛି କରି ପାରିବ ନାହିଁ ।ଏହା ମଧ୍ୟ ସ୍ଵାସ୍ଥ୍ୟ ପାଇଁ ବେଶି କ୍ଷତିକାରକ ନୁହେଁ । ତେଣୁ ଯୁବଗୋଷ୍ଠୀଙ୍କର ଏହା ଅତ୍ୟନ୍ତ ପ୍ରିୟ ।କମ ଅର୍ଥରେ ସୁଷ୍କ ସେବନ ହୋଇ ପାରୁଛି । ଯୁବଗୋଷ୍ଠୀ ଓ କାଉଡିଆମାନଙ୍କ ଶ୍ରମ ଓ ଚିନ୍ତାରୁ ଦୂରେଇବା ପାଇଁ ଗଳିକନ୍ଦିରେ ପୁଡିଆ ବେପାର କରି ସେମାନଙ୍କ ମନବାଞ୍ଛା ପୂରଣ କରୁଛନ୍ତି । କିନ୍ତୁ ଆଇନ ପାଖରେ ଗଂଜେଇ ବିକିବା ଅପରାଧ ।ଆଜି ସକାଳୁ ପୋଲିସ କୌଣସି ସୂତ୍ରରୁ ଖବର ପାଇ ୧୩ ନମ୍ବର ଓ୍ବାର୍ଡ ଵଣୁସାହିର ବଳଭଦ୍ର ଦଳେଇଙ୍କ ଘର ଉପରେ ଚଢାଉ କରି ୨୮୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ