ବେଆଇନ ଗଚ୍ଛିତ ବାଲି ତହସିଲଦାର ଙ୍କ ଚଢ଼ାଉ ଘଟଣା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ତହସିଲ ର କଙ୍କୋରଡା ରାଜସ୍ବ ସର୍କଲ ଅଞ୍ଚଳର ନାରାୟଣୀ ମନ୍ଦିର ର ବନ୍ଦ ହୁଡ଼ା, ମନ୍ଦିର ସାମ୍ନା, କଙ୍କୋରଡା ନୂଆ ବନ୍ଦ ନିକଟ, ରମୁଣୀ ସାହି ଗୁଡ଼ିଆ ଗଳି, କରାଖଣ୍ଡି ରାଇସ ମିଲ ନିକଟ, କରାଖଣ୍ଡି ରାଧାକୃଷ୍ଣ ମନ୍ଦିର ପାଶ୍ୱ ଏହି ଭଳି 7 ଗୋଟି ଯାଗାରେ ବେଆଇନ ଭାବେ ବାଲି ଡିପୋ ଥିବାର ସାନଖେମୁଣ୍ଡି ତହସିଲଦାର ଙ୍କୁ ଅଭିଯୋଗ କରିବାପରେ ଗତ ୯ ତାରିଖରେ ତହସିଲଦାର ଡ଼ା ଶ୍ରୀନିବାସ ବେହେରା , ସୁପରଭାଇଜର ଚିତ୍ରସେନ ସାହୁ , ରାଜସ୍ୱ ନୀରିକ୍ଷକ ଚଢାଉ କରି ଜବତ ବାଲି କୁ ନାଲି ପତାକା ପୋତି ବେଆଇନ ଗଛିତ ବାଲି କୁ ନିଲାମ ପାଇଁ ନୋଟିସ ଜାରି କରିଥିଲେ । ଗଛିତ ବାଲି କୁ ଗତ ସୋମବାର ଦିନ ତହସିଲ କାର୍ଯ୍ୟାଳୟ ରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାଫଳରେ ସରକାରୀ ମୂଲ୍ୟ ୬ ଲକ୍ଷ୍ୟ ୩୫ ହଜାର ୨୫୦ ଟଙ୍କା ଧାର୍ଯ୍ୟ ରହିଥିବା ବେଳେ ନିଲାମରେ ଚାରିଜଣ ସାମିଲ ହୋଇଥିଲେ । ମୂଳ ଅର୍ଥ ରୁ ଏକ ଭାଗ ଅର୍ଥ ୬୩,୫୨୫ ଜମା କରି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନିଲାମ ରେ ଚାରିଜଣ ଙ୍କ ମଧ୍ୟରୁ ସର୍ବାଧିକ ନିଲାମ ଧାରି ମିଥୁନ ସେଠୀ ୧୪ଲକ୍ଷ୍ୟ ରେ ଗଛିତ ବାଲି ଡାକି ଲିଜ ନେଇଥିଲେ । ସୂଚନା ଯୋଗ୍ୟ ପୋଖରୀ ରୁ ପଙ୍କ ଉଦ୍ଧାର କରିବା ସମୟରେ ଉକ୍ତ ବାଲି ବାହାରିଥିଲା ଏନେଇ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲା ପରେ ଜାଣିବାକୁ ପାଇଥିଲୁ ଗୋଟିଏ ପୋଖରୀରୁ ବାଲି ବାହାରୁଛି । ବେଆଇନ ଭାବେ ଉଠାଇ ଡିପୋ କରାଯାଇଥିଲା । ସିଜ୍ କରାଯାଇଥିଲା ସରକାରଙ୍କ ନିୟମ ପ୍ରକାରେ ଗଚ୍ଛିତ ବାଲି କୁ ଲିଜ ମାଧ୍ୟମ ରେ ଦିଆଯାଇଛି ।