ବେଆଇନ ଗଛିତ ଗ୍ୟାସ ରଖିଥିବା ଗୋଦାମରେ ଚଢ଼ାଉ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା  ମହାସିଙ୍ଗି ଗ୍ରାମରେ ଏକ ଘରୁ ଯୋଗାଣ ବିଭାଗ ଚଢ଼ାଉ କରି ୩୨ ଗୋଟି ଇଣ୍ଡିଆନ ଗ୍ୟାସ ବେଆଇନ ଭାବେ ଗଛିତ କରିଥିବା ଅଭିଯୋଗ ରେ ଚଢ଼ାଉ କରିଛି l ପ୍ରକାଶ ଯେ, କୌଣସି ସୂତ୍ରରୁ ଖବର ପାଇ ଖାଉଟି ଯୋଗାଣ ବିଭାଗ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ମଲ୍ଲିକଙ୍କ ସହ ଏକ ଟିମ ମହାସିଙ୍ଗି ଗ୍ରାମର ବିନୋଦ ଗୌଡ଼ଙ୍କ ଘରେ ଚଢ଼ାଉ କରି ଯାଞ୍ଚ ବେଳେ ଘରେ ରଖିଥିବା ଗ୍ୟାସର ବିଲ ଦେଖାଇ ପାରିନଥିଲେ l ଉଜ୍ୱଳା ଯୋଜନାରେ ହିତାକାରୀଙ୍କୁ ଗ୍ୟାସ ବଣ୍ଟନ କରିବା ପାଇଁ ଆଣି ରଖିଥିବା କହିଥିଲେ ମାଲିକ l ଜବତ କରିଥିବା ଗ୍ୟାସକୁ ବାଲିଗୁଡା ବିନାୟକ ଇଣ୍ଡେନକୁ ହସ୍ତାନ୍ତର କରାଯାଇ କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା.ଡି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏ ନେଇ ଖାଦ୍ୟ ଯୋଗାଣ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ