ବେଆଇନ ଗଛିତ ବାଲି ଉଠାଇ ନେଲା ପ୍ରଶାସନ
ଉଦଳା,(ରାଜୀବ ବେହେରା): ଚୋରା ବାଲି ମାଫିଆ ଙ୍କ ଉପରେ ସରକାରୀ ବାବୁ ଙ୍କ କଡା କାର୍ଯ୍ୟାନୁଷ୍ଠାନ l ୧୪୪ ପରେ ମଧ୍ୟ ଥମିବାରେ ନା ନେଉନାହିଁ ଚୋରା ଲଘୁ ଖଣିଜ ଦ୍ରବ୍ୟ l ଯାହାକୁ ନେଇ ଜୋରଦାର ଆରମ୍ଭ ହୋଇଛି ଚଢ଼ାଉ ପ୍ରକ୍ରିୟା, ରାତ୍ର ସମୟ ରେ କପ୍ତିପଦା, ଉଦଳା,ଖୁଣ୍ଟା ଜିବି ନଗର ର ବିଭିନ୍ନ ନଦୀ ରୁ ଏହି ବେଆଇନ ଚୋରା ଚାଲାଣ ବାଲି ଚଢା ଦାମରେ ବିକ୍ରି କରି ମାଲେ ମାଳ ହେଉଛନ୍ତି l ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା l ସରକାର ନେଲେ ଏମିତି ନିଷ୍ପତ୍ତି କାହାରିକୁ କ୍ଷମା ନାହିଁ l କପ୍ତିପଦା ବ୍ଲକ କପ୍ତିପଦା ତହସିଲ ଅଧୀନରେ ବଜ୍ର ପୁର ଅଞ୍ଚଳ ରେ ସୋନ ନଦୀ ରୁ ବେଆଇନ ବାଲି ଉଠାଣ କୁ ନେଇ ସ୍ଥାନୀୟ ପ୍ରଶାସନ ଆକ୍ସସନ ମୋଡରେ ଦେଖିବାକୁ ମିଳିଛି l ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜ୍ରପୁର ଅଞ୍ଚଳରେ ଗତକାଲି ରାତ୍ର ସମୟରେ ବିଶେଷ ସୂତ୍ରରୁ ଖବର ପାଇ କପ୍ତିପଦା ଥାନା ଅଧିକାରୀ ଏବଂ ତହସିଲ ଅଧିକାରୀ ମିଳିତ ଭାବରେ ଅତର୍କିତ ଚଢ଼ାଉ ଜାରି ରଖି ବେଆଇନ ଖାଦାନ ଭିତରେ ପ୍ରlୟ ୫୦ ଟ୍ରକ ରୁ ଅଧିକ ବାଲି କୁ ଚାଲାଣ ପାଇଁ ଗଛିତ ଥିବା ସାମ୍ନାକୁ ଆସିଛି, ଗଛିତ ଥିବା ବାଲିକୁ କପ୍ତିପଦା ତହସିଲ କାର୍ଯ୍ୟଳୟକୁ ନିଆ ଯାଇଛି l ଜବଦ ହୋଇଥିବା ବାଲି ଆନୁମାନିକ ୨ଲକ୍ଷରୁ ଅଧିକ ହେବା ନେଇ ସୂଚନା ମିଳିଛି l ତେବେ ଏହି ବାଲି କୁ ନିଲାମ କରି ସରକାରଙ୍କ ରାଜସ୍ବ ଆଦାୟ କରା ଜୀବ ବୋଲି କହି ଛନ୍ତି ତହସିଲ ଅଧିକାରୀ l ଖୁବ ଶୀଘ୍ର ଏହି ବାଲି ଉତ୍ତଳନ କରି ରଖିଥିବା ମାଫିଆଙ୍କୁ ଖୋଜି ବାହାର କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି l ନୂଆ ସରକାର ରେ ବାଲି ମାଫିଆଙ୍କୁ ବଡ ଝଟକା, ରାଜ୍ୟରେ ଲଘୁଖଣିଜ ଦ୍ରବ୍ୟ ଚାଲାଣ କାରି ମାଫିଆ ଙ୍କ ଉପରେ ଏବେ କଡା ନଜର, ଆକ୍ସସନ ମୋଡରେ ଅଧିକାରୀ l