ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା କନ୍ଧମାଳ ପୁଲିସ ଓ ଅବକାରୀ ବିଭାଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଜିଲ୍ଲାର ଗୋଛାପଡା ଥାନା ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୧୩୪ ଏକର ବେଆଇନ ଗଂଜେଇ ଗଛ ପୁଣି କଟାଯାଇଛି। ତେବେ ଗୋଛାପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଛାପଡା ପଞ୍ଚାୟତର ଲୁହୁରାସାହି, କଡ଼ିପାରି ଓ ପୁରେପଦର ଅଂଚଳର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଂଜେଇ ଚାଷକୁ କାଟି ନଷ୍ଟ କରାଯାଇଛି।ଅନ୍ୟପଟେ ଅଂଚଳରେ ଏତେ ପରିମାଣରେ ଗଂଜେଇ ଚାଷ ହୋଇଛି ଯେ ଯେତେ କାଟିଲେ ବି ସରୁନଥିବା ବେଳେ ଏହି ଗଂଜେଇ କଟାକୁ ନେଇ ଗୋଛାପଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବିଷୟ ଥାନା ଅଧିକାରୀ ଶ୍ରୀ ମୁନି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ