ବେଆଇନ ଗଞ୍ଜେଇ ବ୍ୟବସାଇକୁ ୪ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ଏମ.ଆର.ଦୋରାଙ୍କ କୋର୍ଟରେ ଆଜି ବେଆଇନ ଭାବେ ଗଞ୍ଜେଇ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ୪ବର୍ଷ ଜେଲଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । ମାମଲାରୁ ପ୍ରକାଶ ଯେ ଗତ ୨୦୧୧ମସିହାରେ ବେଆଇନ ଭାବରେ ଗଞ୍ଜେଇ ଘରେ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ଡେରାବିଶି ଥାନା ଅନ୍ତର୍ଗତ ସବଳଙ୍ଗ ଗ୍ରାମର ଶରତ ଚନ୍ଦ୍ର ବେହେରାଙ୍କ ପୁଅ ନିତ୍ୟାନନ୍ଦ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ନିକଟରୁ ୬କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା । ଆଜି ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ୪ବର୍ଷ ଜେଲଦଣ୍‌ଡ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଗୋକୁଳରଞ୍ଜନ ଦାସ ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ