ବେଆଇନ ଗାଈ ଚାଲାଣ ଗାଡି ଜବତ ଜଣେ ଗିରଫ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଗଁଦିଆ ବ୍ଲକ ରେ ଦୀର୍ଘ ଦିନର ପରିଶ୍ରମ ପରେ ଗଁଦିଆ ପୋଲିସ କୁ ମିଳିଛି ଏକ ବଡ ସଫଳତା,ଗତକାଲି ପେଟ୍ରୋଲିଙ୍ଗ ସମୟରେ ବେଆଇନ ଭାବରେ ଗାଈ ନେଇ ଯାଉଥିବା ଗୋଟିଏ ଗାଡିକୁ ପୋଲିସ ଜବତ କରିଛି l ଗତକାଲି ରାତ୍ରି ୧୧ ଟା ସମୟରେ ଗଁଦିଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଲେ,ଗଁଦିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ଗୁଣ୍ଡୁରାପସୀ ଗ୍ରାମ ପଂଚାୟତ ର ଦକ୍ଷିଣୀପସୀ ଗ୍ରାମ ଠାରେ ଏକ ମିନି ଟ୍ରକ ଯାହାର ନଂ OD 06A3055 ରେ ଗାଈ ଚାଲାଣ ହେଉଛି ଜାଣି ସମୟ ୪,୪୫ରେ ଉକ୍ତ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ୭ ଗୋଟି ଗାଇଙ୍କୁ ଉଦ୍ଧାର କରି ତାହାକୁ ବିରାଡ଼ିଆ ଗୋ ଶାଳାରେ ଛାଡିଥିଲେ ଓ ଘଟଣା ସ୍ଥଳରୁ ଉକ୍ତ ଗାଡି ଚଳାଉଥିବା ଗଁଦିଆ ଗ୍ରାମର ବିରଞ୍ଚି ମହାରଣା ଙ୍କର ପୁଅ ବିମଲ ମହାରଣା ୩୫ ବର୍ଷ କୁ ଗିରଫ କରିବା ସହିତ ଉକ୍ତ ଗାଡିକୁ ଥାନା କୁ ଅଣାଯାଇଛି l ଆଜି କେସ ନଂ ୧୦୬ ରେ ଏକ ମାମଲା ୠଜୁକରାଯାଇ ଗୋରୁ ଚାଲାଣର ମୁଖ୍ୟ କାର୍ପାଟଦାର ବିମଲ କୁ କୋର୍ଟ ଚାଲାଣ କରାଯାଇଛି l ଗଁଦିଆ ପୋଲିସ ପକ୍ଷରୁ ଉକ୍ତ ଗଁଦିଆ ଅଂଚଳରେ ଥିବା ଗାଈ ଚାଲାଣ ରାକେଟ କୁ ଧରୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ