ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ବେଆଇନି ଗୁଟଖା କାରଖାନା ଉପରେ ଚଢ଼ାଉ ।ଟାଙ୍ଗୀ ଥାନା ତେରୁଂହା ନିକଟରେ ଥିବା ଏକ ବିଲଣ୍ଡିଙ୍ଗରେ ଚାଲୁଥିଲା ଏହି ବେଆଇନି କାରଖାନା । ପୁଲିସ ଏଠାରେ ଚଢ଼ାଉ କରି ବିପୁଳ ପରିମାଣର ଜର୍ଦ୍ଦା ତିଆରି ରେ ବ୍ୟବହୃତ କଞ୍ଚାମାଲ, ଜରି ପାକେଟ ଓ ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ବହୁ ସଂଖ୍ୟକ ମେସିନ ଜବତ କରିଛି ।ଏଥିସହ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଥିବା ଟାଙ୍ଗୀ ଥାନା ଆଇଆଇସି ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି ।ଦୀର୍ଘଦିନ ହେଲା ଏଠାରେ ବେଆଇନି ଭାବେ ଖୁସବୁ ନାମରେ ଜର୍ଦ୍ଦା ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରି ବିପୁଳ ମୁନାଫା କମାଉଥିବା ଜଣାପଡିଛି ।ଏହି ବେଆଇନି କାରବାରର ମୁଖ୍ୟ କାର୍ପେଟଦାର ଫେରାର ହୋଇଯାଇଥିବା ପୁଲିସ କହିଛି ।ଖୁବ ଶୀଘ୍ର ଅନ୍ୟ ମାନେ ଧରା ପଡିବେ ବୋଲି ଆଇଆଇସି କହିଛନ୍ତି ।