ବେଆଇନ ଗୋରୁ ବୋଝେଇ ଗାଡି ଜବତ; ଦୁଇ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବାବେଳେ ଏକ ବେଆଇନ ଗୋରୁ ବୋଝେଇ ଗାଡି ଜବତ ହୋଇଥିବା ଜଣାଯାଇଛି । ଓଡି୩୪ଏଚ୨୬୦୧ ଟାଟାଏସି ଗାଡି ପାଣିକୋଇଲି ପଟୁ ଭଦ୍ରକ ଅଭିମୁଖେ ଗୋରୁ ବୋଝେଇ କରି ଆସୁଥିବା ସମୟରେ ଜାତୀୟ ରାଜପଥର ତୋରତ ପୋଲ ନିକଟରେ ପୁଲିସ ଏହାକୁ ଧରିବାରେ ସଫଳ ହୋଇଥିଲା । ଗାଡିଟିରେ ପାଞ୍ଚ ଗୋଟି ଗୋରୁ ଥିବାବେଳେ ସେଗୁଡିକୁ ମଇତାପୁର ଗୋଶାଳାକୁ ପଠାଯାଇଥିବା ଜଣାଯାଇଛି । ଏନେଇ ଥାନା ପକ୍ଷରୁ ୩୩/୨୧ରେ ମାମଲା ରୁଜ୍ଜୁ ହୋଇଥିବାବେଳେ ବେଆଇନ ଗୋ ଚାଲାଣ କରୁଥିବା ଅଭିଯୋଗରେ ଗାଡି ଡ୍ରାଇଭର କୁନି ଜେନା ଓ ଖାଲାସୀ ସୁବ୍ରତ ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ