ବେଆଇନ ଚୋରା ମଦ ବିକ୍ରୀ, ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ଶୁଣୁ ନାହାନ୍ତି
ଅଞ୍ଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଏବଂ ହିଞ୍ଜିଳିକାଟୁ ବ୍ଲକ ମଧ୍ୟରୁ ଗଣ୍ଡଳା ପଞ୍ଚାୟତ ବିଭିନ୍ନ କ୍ଷେତ୍ରରେ ଏହାର ସ୍ୱତନ୍ତ୍ରତା ରହିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ରାଜନୈତିକ , କୃଷି ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଏହି ପଞ୍ଚାୟତ ତାର ସ୍ୱତନ୍ତ୍ର ଗାରିମ ରକ୍ଷା କରି ଆସୁଅଛି । ଏଠାକାର ସରଳ,ପରୋପକାର, ସହଯୋଗୀ ମନୋଭାବ ଯୋଗୁଁ ଏହି ଅଞ୍ଚଳକୁ ଲୋକେ କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଶାନ୍ତିପ୍ରିୟ ଅଞ୍ଚଳରେ ବେଆଇନ, ବେଧଡକ ନିଶାକାରବାର ଯୋଗୁଁ ଅଶାନ୍ତ ହୋଇ ଉଠୁଛି । ବେଲଗାଁ ଥାନା ଅଧୀନ ତଥା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତର ପଳାସୀ ଗ୍ରାମ ତଳ ଶୁଣ୍ଡି ସାହିରେ ପୋଷ୍ଟ ଅଫିସ ଓ ଦିଲିପ ସାହୁଙ୍କ ଘର ପାଖରେ ଦୈନିକ ଦୋକାନୀ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ।ଦୋକାନରୁ ବେଧଡ ଭାବରେ ଖୋଲାଖୋଲି ଭାବରେ ଚଢା ଦରରେ ୨୪ଘଣ୍ଟିଆ ମଦ ବିକ୍ରୀ ଚାଲିଛି । ଯାହାକି ଉଦବେଗଜନକ । ବେଧଡକ ଆଉ ନିର୍ଭୟରେ କେମିତି ବିକ୍ରୀ ହେଉଛି ସେ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ପୋଖରୀ ହୁଡ଼ାରେ ମଦ୍ୟପଙ୍କ ଅଡ୍ଡା ଜମୁଛି। । ଯାହାକୁ ଏହାର ଗାଇଡ ଲାଇନକୁ ଉଲଙ୍ଘନ ସହିତ ଅଞ୍ଚଳରେ ଏହାର କୁପ୍ରଭାବ ପଡୁଛି । ପୋଖରୀରେ ଗାଧୋଇବାପାଇଁ ମହିଳା ନିଜକୁ ସୁରକ୍ଷିତ ମଣୁନାହାନ୍ତି।କେବେ ପଡିବ ବେଆଇନ ଚୋରା ମଦର ପୂର୍ଣ୍ଣଚ୍ଛେଦ, ଏ ନେଇ ବେଲଗାଁ ଥାନାରେ ଅଭିଯୋଗ କଲେ ଶୁଣୁ ନାହାନ୍ତି , ଅଞ୍ଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ ଦେଖାଦେଇଛି।
ବେଆଇନ ଦେଶୀ ବିଦେଶୀ ମଦର ପ୍ରାବଳ୍ୟ ଯୋଗୁଁ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛି । ସଂଧ୍ୟା ସମୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରି ବାହାରି ପାରୁ ନାହାନ୍ତିା ସଂଧ୍ୟା ନଇଁଲେ ଗାଁ ଗୁଡିକରେ ମଦୁଆମାନଙ୍କ କବଜାକୁ ଗାଁ ଚାଲି ଯାଉଛି । ଅବକାରୀ ବିଭାଗ ନିଜର ମାସିକିଆ କୋଟା ପାଇ ଖୁସ ଥିବା ବେଳେ ନିରୀହ ଗ୍ରାମବାସୀ ଏହାର ଦୁଃଖ ଭୋଗୁଛନ୍ତି । ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ କେହି ନଶୁଣିବା ଅଧିକ ଦୁଃଖ ଦାୟକ ଅଟେ । ଏଣୁ ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


