ବେଆଇନ ଧାନକିଣା : ୨୬୫କ୍ୱିଂଟାଲ ଧାନ ଜବତ
କେନ୍ଦ୍ରାପଡା : ବେଆଇନ ଭାବରେ ଚାଷୀଙ୍କ ଠାରୁ ଧାନକିଣି ଗଛିତ ରଖିଥିବା ଖବର ପାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଗ୍ରାମର ରମେଶ ଚନ୍ଦ୍ର ପରିଡାଙ୍କ ଧାନଗୋଦାମରୁ ୩୭୭ଟି ଜରିବସ୍ତାରେ ଥିବା ୨୬୫ କ୍ୱିଂଟାଲ ଧାନ ଗୁରୁବାର ଅପରାହ୍ନରେ ଜବତ କରାଯାଇ ନିକଟସ୍ଥ ଅନ୍ନପୂର୍ଣ୍ଣା ରାଇସମିଲର ମାଲିକ ଫକିର ଚରଣ ଖଟୁଆଙ୍କ ଜିମା ଦିଆଯାଇଥିବା ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢାଉରେ ସହକାରୀ ଯୋଗାଣ ଅଧିକାରୀ ରଶ୍ମିତା ସାହୁ, ମାର୍କେଟିଂ ଇନିସପେକ୍ଟର ରଶ୍ମିପ୍ରଭା ସାହୁ, ପ୍ରଭଞ୍ଜନ ସାହୁ ଓ ରବିନ୍ଦ୍ର ନାଥ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମ୍ୟାଜିଷ୍ଟ୍ରେଟ ଭାବରେ କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ନମିତା ବାରିକ ଉପସ୍ଥିତ ଥିଲେ ।