ବେଆଇନ ପଥର ଖଦାନରେ ପଥର ଚପାରେ ଆଦିବାସୀ ଯୁବକ ମୃତ, ତଦନ୍ତ ଦାବି

କଳାହାଣ୍ଡି, (ୱାଇଏନ୍‌ଏସ୍‌): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡା ନିକଟରେ ତିନୋଟି କ୍ରସର ରହିଥିବା ବେଳେ ସେମାନେ ସ୍ଥାନୀୟ ନିରୀହ ଆଦିବାସୀଙ୍କୁ ଲଗାଇ ବେଆଇନ ଖଣି ଖନନ କରିଚାଲିଛନ୍ତି।ମୁଖୀଗୁଡା ସ୍ଥିତ ଅଗ୍ରୱାଲ , ନେଗି ଓ ମୁଣ୍ଡ କ୍ରସର ର ଆବଶ୍ୟକିୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର୍ର ନିର୍ଦ୍ଧାରିତ ଭିତ୍ତିଭୂମି ନଥିବା ବେଳେ ଦିନରାତି ଶହ ଶହ କ୍ୟୁବିକ ମିଟର ପଥର ଚାଲାଣ କରୁଛନ୍ତି।ସରକାରୀ ମାଇଁନିଙ୍ଗ ନିୟମ ଅନୁଯାୟୀ ପଥର ଖଦାନରେ ଶ୍ରମ ଆଇନ ଅନୁସାରେ ରେଜିଷ୍ଟ୍ରେସନ ଯୁକ୍ତ ଶ୍ରମିକଙ୍କୁ କାର୍ଯ୍ୟ କରିବାର ନିୟମ ଥିଲେହିଁ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଯାହାଫଳରେ ଅନେକ ସମୟରେ ପେଟ ପୋଷିବା ପାଇଁ ନିରୀହ ଆଦିବାସୀ ମାନେ ବଳି ପଡୁଛନ୍ତି। ରୋଗରେ ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ମଧ୍ୟ ଦେଖାଦେଇଛି।ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଡ଼ମପିଙ୍ଗ ରେ ଦୀର୍ଘ ଦିନ ହେଲା ଉକ୍ତ କ୍ରସର ଗୁଡିକ ଆଦିବାସୀ ଙ୍କୁ ଲଗେଇ ପଥର ଉଠାଣ କରୁଥିବା ବେଳେ ଆଜି ଜଣେ ଯୁବକ ର ପଥର ଚାପା ରେ ମୃତ୍ୟୁ ହୋଇଛି।ଯୁବକ ଜଣକ ଜୟପାଟଣା ଥାନା ଅନ୍ତର୍ଗତ ରାଣିବାହାଲ ଗ୍ରାମର ହରି ଶବର ବୋଲି ଜଣାପଡିଛି।ଅସୁରକ୍ଷିତ ପଦ୍ଧତିରେ ପଥର ଖନନ ଜଣଙ୍କ ଜୀବନ ନେଲାଣି କିନ୍ତୁ କଳାହାଣ୍ଡି ପ୍ରଶାସନ କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏପର୍ଯ୍ୟନ୍ତ ହାତବାନ୍ଧି ବସିଛି।ଦେଖାଯାଉ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।କ୍ରସର ଗୁଡିକ କେଉଁ କେଉଁ କୁଆରୀ କୁ ଲିଜ ନେଇଛନ୍ତି ତଥା ସେଥରୁ କେତେ ପଥର ଉଠାଣ କରିଛନ୍ତି ତାହା ତଦନ୍ତ ସାପେକ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ