ବେଆଇନ ବାଲି ଚାଲାଣ, ୪ ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବୁଧବାର ମଧ୍ୟରାତ୍ରରେ ହିଞ୍ଜିଳି ଅଂଚଳରୁ ବେଆଇନ ବାଲିଚାଲାଣ କରୁଥିବା ବେଳେ ଗୋଟିଏ ଟ୍ରକ ସହ ୪ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ବେଆଇନ ବାଲି ଚାଲାଣ କରୁଥିବା ଟ୍ରକଟି ଆନ୍ଧ୍ରପ୍ରଦେଶର ହୋଇଥିବା ଜଣାପଡିଛି । ସୁଚନାପ୍ରକାରେ ଗତ କିଛିଦିନ ତଳେ ଅନ୍ତରିଗାଁ ଠାରେ ସୁଦୂର ବାହାର ରାଜ୍ୟ ଓ ବିଭିନ୍ନ ଅଞ୍ଚଳକୁ ଚୋର ବାଲି ଚାଲାଣ ହୋଇଥିବା ନେଇ ଅଭିଯୋଗ ହେବା ସହ ଉତ୍ୟକ୍ତ ଗ୍ରାମବାସୀ ଚାଲାଣ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ । ଏହାକୁ ନେଇ ଉତେଜନା ସୃଷ୍ଟି ହେବା ସହ ନିରୀହ ଜନସାଧାରଣ ଉପରେ ପୋଲିସ ଲାଠି ଚଲନା କରିବାକୁ ପଛଘୁଞ୍ଚା ଦେଇନଥିଲେ । ଆଜିକାର ଚଢ଼ାଉ ପରେ ସୁଦୂର ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ରାଜ୍ୟକୁ ଚୋରରେ ବାଲି ଚାଲାଣ ପ୍ରମାଣିତ କରିଦେଉଛି । ଆନ୍ଧ୍ରପ୍ରଦେଶରୁ ଆସିଥିବା ଟ୍ରକଟି ବିଶାଖାପାଟଣାରୁ ମହା ସିମେଣ୍ଟ ନେଇ ଭଞ୍ଜନଗର ଠାରେ ଅନଲୋଡ କରିଥିଲେ । ସେଥିରୁ ପୁଣି ହିଞ୍ଜିଳିକାଟୁ ଦେଇ ବିଶାଖାପାଟଣା ଯିବା ବେଳେ ବାଲି ଉଠାଣ କରି ହିଞ୍ଜିଳି ଘୋଡ଼ା ହାଡନଦୀ ଠାରୁ ବିଶାଖାପାଟଣା ଚୋରା ବାଲି ନେବା ପାଇଁ ଚେଷ୍ଟା କରିବା ସମୟରେ ବାଲି ବୋଝେଇ ଗାଡ଼ି ସହ ହିଞ୍ଜିଳି ତହସିଲ ସ୍ବାର୍ଡ଼ ଜବତ କରିଥିଲେ । ଏହି ଚୋରା ବାଲି ଚଢ଼ାଉ ବେଳେ ଆନ୍ଧ୍ରପ୍ରଦେଶର ଏହି ଟ୍ରକ ସହ ହିଞ୍ଜିଳି ସ୍ଥାନୀୟ ଅଚଂଳର ୪ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଚାଲଣ ହେଉଥିବା ବାଲି ଓ୍ଵାଇ ଫାର୍ମ କାଟି ନଥିବା ବେଳେ ଗୋଟିଏ ଟ୍ରାକ୍ଟର ର ନମ୍ବର ନଥିବା ତହସିଲ ତରଫରୁ ସୂଚନା ମିଳିଛି । ପ୍ରକାଶଯୋଗ୍ୟ ବିନା ଓ୍ବାଇ ଫାର୍ମରେ ଚୋରା ବାଲି ଚାଲଣ ପାଇଁ କେଉଁ ଅଞ୍ଚଳର କେଉଁ ବ୍ୟକ୍ତି ବିଶେଷ ଏବଂ କେଉଁ ପ୍ରାଶାସନି ଅଧିକାରୀଙ୍କ ପ୍ରଚ୍ଛଦପଟ ଛାୟା ତଳେ ବାଲି ଚାଲଣ ହେଉଛି | ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି । ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ତ ତ୍ୱାବଧାନରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ରାଜସ୍ଵ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ଅରବିନ୍ଦ ଦାସ, ସଞ୍ଜୟ ବିଷୋୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


