ବେଆଇନ ବାଲି ମୋ ରମ ଓ ପଥର ଖନନ

ରାଇରଙ୍ଗପୁର , (ଯୁବାବ୍ଦ ନ୍ୟୁଜ) : ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଆନନ୍ଦପୁର ଚିହ୍ନଟ ଜଙ୍ଗଲ ପାଖରୁ ଚୋରା ପଥର ଓ ମୋରମ ଅବାଧରେ ଖନନ କରି ସ୍ଥାନୀୟ ମାଫିଆମାନେ ଚୋରା ଚାଲାଣ କରିବା ପରେ ସେଗୁଡିକୁ ଚଢା ଦରରେ ବିକ୍ରୟ କରି ମାଲେମାଲ ହେଉଛନ୍ତି । ଯାହାଦ୍ୱାରା ସରକାରଙ୍କ ବହୁ ରାଜସ୍ୱ ନଷ୍ଟ ହେଉଛି । ବୁଧବାର ବନ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇଁ ଆନନ୍ଦପୁର ସଂରକ୍ଷିତ ଜଙ୍ଗଲ ପଥର ହୁଡିରେ ଅବାଧ ଖନନ ଚାଲୁଥିବା ନେଇ ଚଢାଉ କରିଥିଲେ । ବନ ବିଭାଗ କର୍ମଚାରୀଙ୍କ ଆଗମନକୁ ଲକ୍ଷ୍ୟ କରି ପଥର ଖୋଳାଳୀ ଡରରେ କୋଦାଳ,ସାବଳ ,ମାରତୁଲ,ଛିନି ,,ଗାଇନ୍ତା ,ଗାମଲା ଛାଡି ପଥର ଖୋଳିବା ଛାଡି ଜୀବନ ବିକଳେ ଦୌଡି ପଳାଇଥିଲେ । ପ୍ରଶାସନରର ଚୋରା ପଥର ମାଫିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ