ବେଆଇନ ଭାବେ ନାଗାବଳୀ ନଦୀର କୋତାପେଟା ବାଲିଷବଘାଟରୁ ହେଉଥିଲା ଚାଲାଣ

ରାୟଗଡା, (ବିଶ୍ୱରାଜ ଛିଞ୍ଚାଣି):ନାଗାବଳୀ ନଦୀର କୋତାପେଟା ବାଲିଘାଟ ନିକଟରୁ ବେଆଇନ ଭାବେ ୫ଟି ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ସମୟରେ ରାୟଗଡା ମାଇନ୍ସ ବିଭାଗୀୟ ଅଧିକାରୀ ଓ ଚାନ୍ଦିଲି ପୋଲିସ ଥାନା ପକ୍ଷରୁ ଚଢାଉ କରାଯାଇ ବାଲି ବୋଝେଇ ୫ଟି ଟ୍ରାକ୍ଟରକୁ ଜବତ କରାଯିବା ସହ ଟ୍ରାକ୍ଟର ପିଚ୍ଛା ୨୦ହଜାର ଟଙ୍କା ଲେଖାଁଏ ମୋଟ ୧ଲକ୍ଷ ଟଙ୍କାର ଜୋରିମାନା ପକାଯାଇଛି । ଏ ନେଇ ମିିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ସଦର ବ୍ଳକର କୋତାପେଟା – କେ.ମାଲିଗାଁ ମଝିରେ ପ୍ରବାହିତ ହେଉଥିବା ନାଗାବଳୀ ନଦୀର ବାଲିଘାଟରୁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିଲା । ଏହି ବାଲିଘାଟରୁ ବେଆଇନ ଭାବେ ନିୟମିତ ଭାବେ ବାଲି ଚାଲାଣ ହେଉଥିଲେ ସୁଦ୍ଧା ମାଇନ୍ସ ବିଭାଗ ପକ୍ଷରୁ ସେମିତି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି । ନଦୀ ଉପରେ ନିର୍ଭର କରି ଚଳୁଥିବା କୋତାପେଟା,କେ.ମାଲିଗାଁ ପଂଚାୟତ ସମତେ ନଦୀ ଅବବାହିକାରେ ଥିବା ଅନେକ ଗ୍ରାମବାସୀମାନେ ନଦୀର ବାଲିପଟା ତଥା ବିଭିନ୍ନ ସମୟରେ ନଦୀ ଗର୍ଭରୁ ବାଲି ଉଠାଣ ହେଉଥିବାରୁ ନଦୀର ସ୍ରୋତ ପ୍ରଖର ହେଉଥିବା ବେଳେ ନଦୀ ମଧ୍ୟ ଅଧିକ ଓସାରିଆ ହୋଇ ଗାଁଗୁଡିକ ପ୍ରତି ବିପଦ ଟାଣି ଆଣୁଛି । ପୂର୍ବରୁ ରାଜସ୍ୱ ବିଭାଗ ବାଲିଘାଟରେ ଚୋରା ବାଲି ଚାଲାଣ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଥିବା ବେଳେ ଏବେ କିନ୍ତୁ ଏହା ମାଇନ୍ସ ବିଭାଗ ହାତକୁ ଯିବା ପରେ ବିଭାଗ ପକ୍ଷରୁ ନିୟମିତ ଭାବେ ଚଢାଉ କରାଯାଉ ନ ଥିବାରୁ ଟ୍ର୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ