ବେଆଇନ ଭାବେ ମାଛ ମାରୁଥିବା ବେଳେ ୪ ଟ୍ରଲର ଜବତ
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ବେଆଇନଭାବେ ମାଛ ମାରୁଥିବା ବଳରାମଗଡ଼ି ଅଂଚଳର ୪ ଟି ଟ୍ରଲରକୁ ଜବତ କରାଯିବା ସହିତ ଟ୍ରଲରରେ ଥିବା ୩୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଓମ ବାବା – ୧ ଟ୍ରଲର ଓ ।ଦଢ଼ କୁଇଂଟାଲ ମାଛ ଜବତ କରାଯିବା ସହ ଏଥିରେ ଥିବା ୮ ଜଣ ଙ୍କୁ ଗିରଫ କରାଯାଇଥିବାବେଳେ ମା ମହାକାଳୀ ଟ୍ରଲର ଓ ୮ କୁଇଂଟାଲ ମାଛ ଜବତ କରାଯିବା ସହ ସେଥିରେ ଥିବା ୭ ଜଣ ଙ୍କୁ ଗିରଫ କରାଯାଇଛି । ସେହିପରି ମା ବସୁନ୍ଧରା – ୧ଟ୍ରଲର ଓ ୬ କୁଇଂଟାଲ ମାଛ ଜବତ କରାଯିବା ସହ ସେଥିରେ ଥିବା ୮ ଜଣଙ୍କୁ ଗିରଫ କରାଯିବା ସହ ମା ଗଙ୍ଗା ଟ୍ରଲର ଓ ୫ହ କେଜି ମାଛ ଜବତ କରାଯିବା ସହ ସେଥିରେ ଥିବା ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଗହୀରମଥା ଅତିରିକ୍ତ ବନ ସଂରକ୍ଷକ ଶ୍ରୀରାମପଦ ଅରବିନ୍ଦ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ପଇଁତରା ମାରୁଥିବାବେଳେ ବେଆଇନଭାବେ ମାଛ ମାରୁଥିବା ଏହି ୪ ଟି ଟ୍ରଲରକୁ ଓ ମାଛ ଜବତ କରାଯିବା ସହିତ ଟ୍ରଲରରେ ଥିବା ୩୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।