ବେଆଇନ ମଦ ଓ ଗଂଜେଇ ଧରପଗଡ, ୧୪ ଗିରଫ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ ମଦ ଓ ଗଂଜେଇ କାରବାର ଉପରେ ଘନଘନ ଚଢଉ ଜାରି ରହିଛି । ୨୭ ଓ ୨୮ ଦୁଇଦିନ ଧରି ଖଲ୍ଲିକୋଟ, ଆସିକା ଓ ସୋରଡା ଅବକାରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ପ୍ରତ୍ୟକ୍ଷତ୍ତ୍ୱାବଧାନରେ ଗଂଜାମ ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଅବକାରୀ ଧରପଗଡ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି । ୯୪୦ ଲିଟର ଭାଟିରନ୍ଧା ମଦ, ୩୭୦୦ କେଜି ଗୁଡ ମିଶ୍ରିତ ପୋଚ ଏବଂ ଗୋଟିଏ ବାଇକ୍ ଜବତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।