ବେଆଇନ ମଦ ଜବତ : ୭ ମାମଲା ରୁଜୁ ,୪ ଗିରଫ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ସହରରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଟାଉନଥାନା ଆଖପାଖ ଅଂଚଳରେ ଚଢାଉ କରି ପାଞ୍ଚଶହ ଲିଟର ଦେଶୀ ମହୁଲ ମଦ ଜବତ କରିବା ସହ ମଦ ପ୍ରସ୍ତୁତ ନିମନ୍ତେ ୧୪୫୦ ଲିଟର ଗୁଡ ମିଶ୍ରିତ ମହୁଲ ପୋଚ ଜବତ କରିଛି । ଏହି ଘଟଣାରେ ପୋଲିସ ୭ ଗୋଟି ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ପୋଲିସ ଓ ଅବକାରୀ ବିଭାଗ ଗିରଫ କରିଛି । ବେଆଇନ ଚୋରା ମଦ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତି ମାନେ ହେଲେ ଏମ୍ ତ୍ରିପତି ଅମ୍ବା, ପି,କମଲା ,ଡି .ଭାôଗରଥୀ , ରୁବି ଚୈାଧୁରୀ ଗିରଫ କରି୍ଥିବା ବେଳେ ଆଉ ତିନି ଜଣଙ୍କ ନାମରେ ଅନକ୍ଲେଇମଡ କରାଯାଇଛି । ଚଢାଉ ସମୟରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରା ,ଡି ଏସ.ଇ ଛତ୍ରପୁର ,ଗଙ୍ଗାପାଇକ ରାୟ ,ବିଶ୍ୱନାଥ ବାଲି , ପ୍ରଭୁତି ଏହି ଚଢାଉ ପରେ ସାମିଲ ଥିଲେ ।