ବେଆଇନ ଲଘୁ ଖଣିଜ କାରବାର ଉପରେ ଜିଲ୍ଲାପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ
କଟକ, (ଯୁଗାବ୍ଦ ନ୍ୟୁଜ):ଆଠଗଡ଼ ତହସିଲ ଅନ୍ତର୍ଗତ ପାଟେଣୀ ଗାଁ ମୌଜାରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ଏକ ବେଆଇନ ପାଚେରୀ ଆଢୁଆଳରେ ବେଆଇନ ବାଲି ବିକ୍ରୀ କରିଚାଲିଥିଲେ। ସ୍ଥାନୀୟ ଲୋକ ମାନଙ୍କୁ ଡର ଦେଖାଇ, ଏହି ବ୍ୟକ୍ତି ଜଣକ ମହାନଦୀ ରୁ ବେଆଇନ ବାଲି ଉତ୍ତୋଳନ କରୁଥିଲେ ଓ ଚଢ଼ା ଦରରେ ବାହାରେ ବିକ୍ରୀ କରୁଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଖଣି ଅଧିକାରୀ ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ସରକାରୀ ଜମି ରେ ବେଆଇନ ଭାବେ ଗଢ଼ାଯାଇଥବା ଉପରୋକ୍ତ ପାଚେରୀ କୁ ଭାଙ୍ଗିବା ନିମନ୍ତେ ଆଦେଶ ଜାରି କରିଥିଲେ। ଆଦେଶ ମୁତାବକ ସରକାରୀ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବା ପୂର୍ବରୁ ଭୟ ବସତଃ ବ୍ୟକ୍ତି ଜଣକ ନିଜେ ହିଁ ରାତାରାତି ପାଚେରୀକୁ ଭାଙ୍ଗିଦେଇଥିଲେ। ବେଆଇନ ଲଘୁ ଖଣିଜ କାରବାର ଉପରେ ଆଗାମୀ ଦିନ ରେ ଏହିଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।