ବେକରୁ ଜାଣନ୍ତୁ ଆପଣଙ୍କ ବନ୍ଧୁଙ୍କ ପ୍ରକୃତି
ମଣିଷ ଶରୀରରେ ବେକର ବହୁତ ଗୁରୁତ୍ୱ ରହିଛି । ମସ୍ତିଷ୍କରୁ ବାହାରି ଶରୀରର ବିଭିନ୍ନ ଅଙ୍ଗକୁ ସବୁ ଶିରା ବେକ ଦେଇ ଯାଇଥାଏ । କେବେ ଭାବିଛନ୍ତି ବେକରୁ ମଣିଷର ପ୍ରକୃତି କେମିତି ଜାଣି ହୋଇଥାଏ ବୋଲି । ଏ ବିଷୟରେ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭବେ ଉଲ୍ଲେଖ ରହିଛି । ଆସନ୍ତୁ ଜାଣିବା ବେକର ଗଠନରୁ କେମିତି ଜାଣିବେ ଲୋକଙ୍କ ସ୍ୱଭାବ । ମୋଟ ବେକ: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବେକ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ ସେମାନଙ୍କ ଉପରେ ଭରଷା କରାଯାଏ ନାହିଁ । ଏମାନେ ବଦରାଗୀ ହୋଇଥାନ୍ତି । ଧନ ସମ୍ପତ୍ତି ବଢ଼ିଗଲେ ଏମାନେ ଅଭିମାନୀ ହୋଇଥାନ୍ତି । ସିଧା ବେକ: ସିଧା ବେକ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି । ଏମାନେ ସମୟକୁ ମନ୍ଦବୁଦ୍ଧି, ଅସ୍ଥିର ଓ ଚୁଗୁଲିଆ ପ୍ରକୃତିର ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏମାନେ ଅନ୍ୟ ଆଗରେ ନିଜକୁ ଭଲ ବୋଲି ଦେଖାଇ ହେବାକୁ ପ୍ରୟାସ କରିଥାନ୍ତି । ଛୋଟ ବେକ: ସାମାନ୍ୟରୁ ଛୋଟ ବେକ ହୋଇଥିବା ବ୍ୟକ୍ତି ବହୁତ କମ କଥା କହିଥାନ୍ତି । ଏହା ସହ ଏମାନେ ପରିଶ୍ରମୀ, ଲୋଭୀ ଅବିଶ୍ୱାସନୀୟ ଓ ଖଳ ପ୍ରକୃତିର ମଧ୍ୟ ହୋଇଥାନ୍ତି । ଏପରି ଲୋକଙ୍କଠାରୁ ଫାଇଦା ଅନ୍ୟମାନେ ନେଇଥାନ୍ତି । ହେଲେ ସେମାନେ ଏ ସମ୍ପର୍କରେ କିଛି ବି ଜାଣିପାରିନଥାନ୍ତି ।
ସରୁ ବେକ: ଯେଉଁମାନଙ୍କ ବେକ ସରୁ ହୋଇଥାଏ ଓ ଶିର ଦେଖାଯାଉଥାଏ ସେମାନେ କମ ଆଶାବାଦୀ ହୋଇଥାନ୍ତି । ଏହା ସହ ଏକ ପ୍ରକାରର ବ୍ୟକ୍ତି ସବୁବେଳେ ରୋଗାକ୍ରାନ୍ତ ହୋଇଥାନ୍ତି । ଏହା ସହ ଅଳସୁଆମୀ, ରାଗ, ଓ ଅଳ୍ପ ଜ୍ଞାନର ଅଧିକାରୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ରହିଥାନ୍ତି । ଓଟ ପରି ବେକ: ଏହି ବ୍ୟକ୍ତିଙ୍କ ବେକ ଉଚ୍ଚା ଓ ପତଳା ହୋଇଥାଏ । ଏପରି ବ୍ୟକ୍ତି ବିଶେଷ କରି ସହନଶୀଳ ଓ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ବହୁତ ଚାଲାଖ ହୋଇଥାନ୍ତି । ଏମାନେ ନିଜ ଭଲ ପାଇଁ ସବୁବେଳେ ଚେଷ୍ଟିତ ରହିଥାନ୍ତି । ଏମାନେ ଯେ କୌଣସି ସ୍ତରକୁ ଯାଇପାରନ୍ତି । ଆଦର୍ଶ ବେକ: ଏପରି ବ୍ୟକ୍ତି ପାରଦର୍ଶୀ ହୋଇଥାନ୍ତି । ବିଶେଷ କରି ମହିଳାମାନଙ୍କଠାରେ ଏହି ଗୁଣ ଦେଖିବାକୁ ମିଳିଥାଏ । ଏମାନେ କୋମଳ, ସଂସ୍କୃତି ପ୍ରିୟ ହେବା ସହ ଧନସମ୍ପତ୍ତିର ପ୍ରତୀକ ହୋଇଥାନ୍ତି । ଏମାନେ ସବୁବେଳେ ସୁଖଶାନ୍ତିରେ ରହିଥାନ୍ତି ।


