ବେକରେ ଗାମଛା ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଟାଉନଥାନା ଅନ୍ତର୍ଗତ ଚନ୍ଦ୍ରାଗଡିଆସ୍ଥିତ ସତ୍ୟବାଦୀ ଛାତ୍ରାବାସରେ ରହୁଥିବା ନୀଳଗିରି ବ୍ଲକ ଅନ୍ତର୍ଗତ ସାନପାଟପୁର ଗ୍ରାମର ପିତାମ୍ବର ମଣ୍ଡଳଙ୍କ ପୁତ୍ର ପ୍ରଦୀପ୍ତ ମଣ୍ଡଳ (୧୯) ନିଜ ବେକରେ ଗାମଛା ଲଗାଇ ଆତ୍ମହତ୍ୟା କରିିଛନ୍ତି । ମୃତ୍ୟୁ ପ୍ରଦୀପ୍ତ ବଳାଙ୍ଗି କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ର ଥିଲେ । ଆଜି ସକାଳେ ସେ ନିଜ ବାପା ଓ ମାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ କିନ୍ତୁ ପରେ ସମୟ ପ୍ରାୟ ୧୧ ଟା ୩୦ ସମୟରେ ସତ୍ୟବାଦୀ ଛାତ୍ରାବାସସ୍ଥିତ ନିଜ କକ୍ଷରେ ଆତ୍ମହତ୍ୟା କରିଥିବାର ଖବର ପ୍ରଚାରିତ ହୋଇଥିଲା । ଛାତ୍ରାବାସର କର୍ତ୍ତୃପକ୍ଷ ଗଗନ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ନଥିବା କହିଥିଲେ । ମୃତ୍ୟୁ ଖବର ତାଙ୍କ ପାଖରେ ପହଞ୍ଚିବା ପରେ ସେ ସଙ୍ଗେ ସଙ୍ଗେ ଟାଉନଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅବଗତ କରାଇବା ସହ ତାଙ୍କ ପିତାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ଏବଂ ପ୍ରଦୀପ୍ତଙ୍କୁ ଆମ୍ବୁଲେନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି ।


