ବେକରେ ଫାସି ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁକ୍ରବାର ବନ୍ତ ଥାନା ଅଧିନ ବସନ୍ତିଆ ପଞ୍ଚାୟତ ବରମୁଣ୍ଡାସ୍ଥିତ ମନ୍ଦିର ନିକଟ ଏକ ପରିତ୍ୟକ୍ତ ଘରେ ଜଣେ ଛାତ୍ର ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ମନହରପୁର ଗ୍ରାମର ରବିନ୍ଦ୍ର ପତିଙ୍କ ପୁଅ ସୌମ୍ୟକାନ୍ତ(୧୩) ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି । ପ୍ରକାଶ ଯେ, ମନହରପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ସୌମ୍ୟକାନ୍ତ ୭ମ ଶ୍ରେଣୀରେ ପାଠ ପଢୁଥିଲା । ଆଜି ସ୍କୁଲକୁ ଯାଇଥିବା ବେଳେ ଖେଳ ଛୁଟି ବେଳେ କାହାକୁ କିଛି ନଜଣାଇ ବିଦ୍ୟାଳୟ ଠାରୁ କିଛି ଦୂରରେ ଥିବା ବରମୁଣ୍ଡାସ୍ଥିତ ମନ୍ଦିର ନିକଟ ପରିତ୍ୟକ୍ତ ଘର ପାଖକୁ ଯାଇ ବେକରେ ଫାସି ଲଗାଇ ଦେଇଥିଲା । ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର କରିଥିଲେ । ପୋଲିସ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ସୌମ୍ୟକାନ୍ତ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ଆଗରୁ ସେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା କଥା ପୋଲିସ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ