ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାଚରା ସାହି ଠାରେ ଏକ ଭଡା ଘରେ ଶନିବାର ଦିନ ଶିବା ନିମଲା ନାମକ ଜଣେ କଲେଜ ଛାତ୍ର ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ର ଜଣକ ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ର +୩ ଅଧ୍ୟୟନ କରୁଥିଲେ। ଉକ୍ତଘରେ ଚାରି ଜଣଛାତ୍ରରହୁଥିବା ବେଳେ ତିନିଜଣ ଛାତ୍ର କଲେଜ ଯାଇଥିଲେ, କଲେଜ ରୁ ଫେରିବା ବେଳେ ଶିବା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାଦେଖିବାପରେ ଛାତ୍ରମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଖବରଦେଇ ଥିଲେ । ଖବର ପାଇ ପାରଳା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଯୁବକଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡିସ୍ଥ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିବାର ଜଣାପଡିଛି । ମୃତକ  ଯୁବକ ଜଣକ ହେଲେ ରାୟଗଡା ଜିଲ୍ଲା ଗୁଣୁପୁର ସହର ନିକଟସ୍ଥ ଉକୁମ୍ବା  ଗ୍ରାମର ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ଥାନା ସୂତ୍ରରୁ ପ୍ରକାଶ । ପାରଳା ପୋଲିସ ଠାରୁ ଖବରପାଇ ପରିବାରଲୋକେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର ହୋଇଥିଲା  । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ