ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତ କଣିଆରୀ (ମାଙ୍କଡମୁଣ୍ଡିଆ) ଗ୍ରାମରେ ଜଣେ ମହିଳାଙ୍କ ସନେ୍ଦହ ଜନକ ମୃତୁ୍ୟ ହୋଇଛି । ମହିଳା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହୁଥିବାବେଳେ ବାପଘର ଲୋକେ ଏହାକୁ ହତ୍ୟା ବୋଲି ସନେ୍ଦହକରି ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ କରିଆରୀ ଗ୍ରାମର ଉମାକାନ୍ତ ଯେନାଙ୍କ ପୁଅ ପୁନିଆ ଯେନା ଗତ ୬ବର୍ଷ ପୁର୍ବେ ଧର୍ମଶାଳା ଥାନା ଅଧିନସ୍ଥ କୋଟପୁର ଗ୍ରାମର ସୁରେନ୍ଦ୍ର ମଲ୍ଲିକଙ୍କ ଝିଅ ପବିତ୍ରାକୁ ବିବାହ କରିଥିଲା । ତାଙ୍କର ଗୋଟିଏ ଶିଶୁକନ୍ୟା ମଧ୍ୟ ଅଛି । ଗତବର୍ଷ ଶ୍ୱଶୁର ଘର ଲୋକଙ୍କ ସହିତ ପବିତ୍ରାର କୌଣସି କାରଣକୁ ନେଇ ଝଗଡାଝାଟି ହୋଇଥିଲା । ଏପରିକି ବୋହୁ ପବିତ୍ରା ବାପଘରକୁ ଯାଇ ସେଠାରେ ରହିଆସୁଥିଲା । ପୁନିଆଙ୍କ ପରିବାର ଲୋକମାନେ ଯାଇ ଗତ କିଛିମାସ ପୁର୍ବରୁ ଶ୍ୱଶୁର ଘର ଲୋକଙ୍କ ସହିତ ବୁଝାସୁଝା କରିବାପରେ ବୋହୁକୁ ଘେନି ଆସିଥିଲେ । ଆଜି ସକାଳେ ପବିତ୍ରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଜାଣିବାପରେ ଶ୍ୱଶୁର ଘରକୁ ଖବର ଦେବା ସହିତ ସୋସୋ ପୁଲିସକୁ ମଧ୍ୟ ଜଣାଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁକରିଥିବାବେଳେ ପବିତ୍ରାର ବାପଘର ଲୋକେ ପହଞ୍ଚି ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖି ତାଙ୍କ ଝିଅର ମୃତୁ୍ୟକୁ ନେଇ ତାଙ୍କର ସନେ୍ଦହ ହେଉଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ