ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା:ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା କୌଣସି କାରଣକୁ ନେଇ ଯୁବକ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି ।ମୃତ ଯୁବକ ଜଣକ ହେଲେ ଅଭିମନ୍ୟୁ ଗୌଡଙ୍କ ପୁଅ ସନ୍ୟାସୀ ଗୌଡ (୨୦) ।ସନ୍ୟାସୀ ଭୁବନେଶ୍ୱରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଗତ କିଛି ଦିନ ତଳେ ଗାଁ କୁ ଆସିଥିଲେ ।କରୋନା କଟକଣା ପରେ ସେ ଆଉ ଭୁବନେଶ୍ୱର ଯାଇପାରିନଥିଲେ ।ଗତକାଲି କୌଣସି କାରଣକୁ ନେଇ ସନ୍ୟାସୀ ଓ ତାଙ୍କ ମାଁ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଆଜି ସଂଧ୍ୟା ୬ ଘଣ୍ଟା ସମୟରେ ସନ୍ୟାସୀ ଘର ଦୁଲାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।ଖବର ପାଇ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।ଆସନ୍ତା କାଲି ଭଞ୍ଜନଗର ରେ ଶବ ବ୍ୟବଛେଦ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ