ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ନିରାକାର ସାହୁଙ୍କ ପୁଅ ରୁଦ୍ର ପ୍ରସାଦ ସାହୁ(୨୩) । ସେ ବାହାର ରାଜ୍ୟରେ ରହି କାମଦାମ କରୁଥିବାବେଳେ ମାସେ ହେଲା ଘରକୁ ଆସିଥିଲା । ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ଶୋଇଯିବା ପରେ ରୁଦ୍ର ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା । ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଏକ ଅପମତୁ୍ୟ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡି ନଥିବାବେଳେ ପାରିବାରିକ କଳହକୁ ନେଇ ରୁଦ୍ର ଆତ୍ମହତ୍ୟା କରିଥବବା ନେଇ ଆଲୋଚନା ହେଉଛି ।