ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜଣେ ଯୁବକ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ବାବାଜି ଜେନାଙ୍କ ପୁଅ ଅଖନ ଜେନା(୪୫) ଆଜି ସକାଳେ ନିଜର ଗୋରୁ ଗାଇଙ୍କୁ ଗୁହାଳଘରୁ ଫିଟାଇ ଗାଁ ପଡିଆରେ ନେଇ ଛାଡିକି ଆସିଥିଲା । ସେ କାହାକୁ କିଛି ନକହି ଏକ ଘରେ ବେକରେ ରଶି ଲଗାଇ ଓହଳି ପଡିଥିଲା । ପରିବାର ଲୋକେ ଏହା ଦେଖି ତୁରନ୍ତ ରଶିକୁ କାଟି ତାକୁ ତଳକୁ ଓହ୍ଲାଇବା ପରେ ଆମ୍ବୁଲାନ୍ସ ଡାକି ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । କଣ ପାଇଁ ଅଖନ ଆତ୍ମହତ୍ୟା କଲେ ତାର କାରଣ ଜଣାପଡି ନାହିଁ । ଖବରପାଇ ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛି । ଯୁବକଟି ମାନସିକ ଅନଗ୍ରସରର ବୋଲି ପରିବାର ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ