ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ଗ୍ରାମର ବୁଲୁ ଭୋଳଙ୍କ ପୁଅ ଦୀପକ୍ ଭୋଳ (୨୨) ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଦୀପକ ବେଙ୍ଗାଲୁରରେ ରହି କାମ କରୁଥିଲା I ବର୍ତ୍ତମାନ ଦଣ୍ଡଯାତ୍ରା ଚାଲିଥିବାରୁ ଦୀପକ୍ କିଛିଦିନ ତଳେ ଗାଆଁକୁ ଆସିଥିଲା I ଦୀପକଙ୍କ ବାପା ବୁଲୁଙ୍କ ସୁଚନା ପ୍ରକାରେ ଦୀପକର ମାନସିକ ଚିନ୍ତାରେ ରହୁଥିବା ବେଳେ ଆଜି ସେ ଦିନ ଏକଘଣ୍ଟା ସମୟରେ ଘରୁ କେଉଁଆଡେ ଚାଲି ଯାଇଥିଲା I ଅପରାହ୍ଣ ଦୁଇ ଘଣ୍ଟା ସମୟରେ ବଡ଼ ବୋର୍ସିଂ ଠାରୁ ବିଞ୍ଚଣା ରାସ୍ତାରେ ଥିବା ଏକ କାଜୁ ଜଙ୍ଗଲ ଭିତରେ ଦୀପକ ବେକରେ ରସି ଲଗାଇ ଝୁଲି ରହିଥିବା ଖବର ଗାଁ ରେ ପହଞ୍ଚିବା ପରେ ଦୀପକର ବାପା ବୁଲୁ ଗାଙ୍ଗପୁର ଥାନାରେ ଜଣାଇଥିଲେ I ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୀପକର ଶବକୁ ଜବତ କରିବା ସହ ୧୦/୨୫ ରେ ଏକ ମାମଲା ରୁଜୁ ତାର ଶବକୁ ଭଞ୍ଜନଗର ମେଡିକାଲ୍ କୂ ପଠାଇ ଦେଇଛନ୍ତି I ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଦୀପକର ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଆସନ୍ତା କାଲି ତାର ଶବକୁ ବ୍ୟବଚ୍ଛେଦ କରାଯାଇ ତାର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଗାଙ୍ଗପୁର ଥାନା ଏଏସ୍ଆଇ ପ୍ରଭାକର ଘଣ୍ଟ ସୂଚନା କରିଛନ୍ତି I ପ୍ରକାଶ ଥାଉକି ଗତ ଦୁଇ ତିନି ବର୍ଷ ଭିତରେ ଲକ୍ଷାଧିକ ଟଙ୍କା ଆଇପିଏଲ୍ ରେ ଖେଳି ବହୁ ସାଙ୍ଗସାଥି ଏବଂ ଅନ୍ୟ ଲୋକଙ୍କର ବାକି ହୋଇଯାଇଥିଲା I ତେଣୁ ସେ ମାନସିକ ଅଶାନ୍ତିରେ ରହୁଥିବାରୁ ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରେ ବୋଲି ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ କରୁଛନ୍ତି I