ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ସାନଖେମୁଣ୍ଡି /(ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ପାଟପୁର ପଞ୍ଚାୟତ ଜୟନଗର ଗ୍ରାମରୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି | ମୃତକ ଜଣଙ୍କ ହେଲେ ଜୟନଗର ଗ୍ରାମର ପବିତ୍ର ଗୌଡ଼(୩୨) ମୃତ ଯୁବକଙ୍କ ବାପା ନାଲୁ ଗୌଡ଼ ଙ୍କ ଏତଲା କ୍ରମେ ପାଟପୁର ପୋଲିସ ନଂ ୧୭/୨୦ ରେ ଏକ ଅପମୃତ ମାମଲା ରୁଜୁ କରିଛି | ଗତ କିଛି ଦିନ ହେବ ପବିତ୍ର ମାନସିକ ଚିନ୍ତା ରେ ଥିବା ବାପା ଓ ନାଲୁ କହିଛନ୍ତି ବୁଧବାର ରାତିରେ ପବିତ୍ର ଘରେ ଖାଇ ସୋଇଥିଲେ ଗୁରୁବାର ସକାଳୁ ଗାଁ ଲୋକେ ଘୋଡାହାଡ଼ ନଦୀ ନିକଟରେ ଥିବା ଏକ ଗଛ ଡାଳରେ ରଶିରେ ପବିତ୍ର ର ମୃତ ଦେହ ଝୁଲୁଥିବା ଦେଖି ପୋଲିସ କୁ ଜଣାଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି |