ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ସାନଖେମୁଣ୍ଡି (ପଦ୍ମଲୋଚନା ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଂସାମାରି ପଞ୍ଚାୟତ ଢେପ ସାହିରୁ ସୋମବାର ରାତ୍ର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପାଟପୁର ପୋଲିସ l ମୃତକ ଜଣଙ୍କ ହେଲେ କଂସାମାରି ଗ୍ରାମ ଢେପସାହି ର ମିଟୁ ଡାକୁଆ(୩୨) l ମୃତ ଯୁବକଙ୍କ ବାପା ଗୌର ଡାକୁଆଙ୍କ ଏତଲା କ୍ରମେ ପାଟପୁର ପୋଲିସ ନଂ ୧୨/୨୧ ରେ ଏକ ଅପମୃତ ମାମଲା ରୁଜୁ କରିଛି l ମିଟୁ ଗତ କିଛି ଦିନ ହେବ ଦୁଶ୍ଚିନ୍ତା ରେ ଥିବା ବାପା ଗୌର ଡାକୁଆ କହିଛନ୍ତି l ସୋମବାର ସନ୍ଧ୍ୟା ରେ ଘରେ କେହି ନଥିବାର ସୁଯୋଗ ନେଇ ଫେନ୍ ରେ ମିଟୁ ର ମୃତ ଦେହ ଝୁଲୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହ ଜବତ କରି ମଙ୍ଗଳାବର ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ