ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ କାଳୀ ଢାବା ଠାରୁ ହୁମର ଯିବା ରାସ୍ତାରେ ଥିବା ସୁନାରିି ତୋଟାରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଯୁବକ ଜଣକ ହୀନ ନାୟକ ବୋଲି ସୂଚନା ମିଳିଛି । ହୀନ ନାୟକଙ୍କ ଘର ସିତା ନଗର ହୋଇଥିବା ବେଳେ ବିବାହ ପରଠାରୁ ହୀନ ନାୟକ ପାଲିଆ ଛତ୍ରପୁର ଗ୍ରାମରେ ରହୁଥିବା ସୂଚନା ମିଳିଛି ସେ ଜଣେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଘଟଣା ସ୍ଥଳରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନାର ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆଙ୍କ ସମେତ ବହୁ କର୍ମଚାରୀ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।