ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ସ୍ୱର୍ଗତ ମଧୁ ସାହୁଙ୍କ ୨୨ବର୍ଷୟ ପୁଅ ସାଗର ସାହୁ କୌଣସି କାରଣକୁ ନେଇ ଗତ ଦୁଇଦିନ ତଳେ ନିକଟସ୍ଥ ଏକ ଗଛରେ ଦଉଡିଦେଇ ଆତ୍ମହତ୍ୟା କରିଥଲା । ପରଦିନ ଘଟଣା ସମ୍ପର୍କରେ ଜଣାପଡିବାପରେ ନନନ୍ଦିପଦା ପୁଲିସ ପହଞ୍ଚି ଗଛରୁ ଶବଟିକୁ ଓହ୍ଲାଇବା ପରେ ତା ପକେଟରୁ ଏକ ହାତଲେଖା ଚିଠି ପାଇଥିଲା । ତାର ମୃତ୍ୟୁ ପାଇଁ କେହି ଦାୟୀ ନୁହଁ ବୋଲି ଲେଖାଯାଇଥିଲା । ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଘଟିଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ।