ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଶଙ୍ଖଣା ଗ୍ରାମର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ଭଜମନ ଜେନାଙ୍କ ୨୨ବର୍ଷୀୟ ପୁଅ ଭାଲୁ ରାଜ୍ୟ ବାହାରେ ରହି କାମ କରୁଥିଲା । ସେ ଗତ କିଛିଦିନ ହେଲା ଘରକୁ ଆସିଥିଲା । କୌଣସି କାରଣକୁ ନେଇ ଗତକାଲି ରାତିରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ଜବଦ କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି ।