ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକନନ୍ଦିପଦା ଥାନା ଅଧିନସ୍ଥ ବଡରମ୍ପାସ ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ ନେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବସନ୍ତ ସେନାତି (୪୩) ନାମକ ଜଣେ ବ୍ୟକ୍ତି ନିକଟସ୍ଥ ଡିଗିଆଡି ପଡିଆରେ ଥିବା ଏକ ବରଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ଲୋକମାନେ ଏହାକୁ ଦେଖି ପରିବାର ଲୋକଙ୍କୁ ଜଣାଇବା ସହିତ ପୁଲିସକୁ ମଧ୍ୟ ସୁଚନା ଦେଇଥିଲେ । ବହୁତ ଉଚ୍ଚରେ ମୃତଦେହଟି ଝୁଲୁଥିବାରୁ ତଳକୁ ଓହ୍ଲାଇବାକୁ ହାଟଡିହି ଦମକଳ କେନ୍ଦ୍ରର ସହାୟତା ନିଆଯାଇଥିଲା । ପରେ ନନ୍ଦିପଦା ପୁଲିସ ଶବକୁ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି । ପାରିବାରିକ କଳହକୁ ନେଇ ବସନ୍ତ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ