ବେକରେ ଲୁଗା ଦେଇ ଯୁବକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ଗ୍ରାମର ରେଡିକା ସାହିର ଜଣେ ଯୁବକ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ମୃତ ଯୁବକ ଜଣକର ନାମ ବୁଜି ରାମାରାଓ (୪୨) ହୋଇଥିବା ବେଳେ କୌଣସି କାରଣରୁ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଛନ୍ତି । ଘରେ ଲୋକେ ଦେଖିବା ପରେ ସଙ୍ଗେ ସଙ୍ଗେ ଗାରବନ୍ଧ ସ୍ୱାସ୍ଥ କେନ୍ଦ୍ରକୁ ନେଇଥିଲେ । ସେଠାରୁ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗାରବନ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବାର ଗାରବନ୍ଧ ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ