ବେକରେ ଲୁଗା ଲଗାଇ ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା
କୋଦଳା: ବାହାଘରର ଏକ ମାସ ପରେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ । ଜଣେ ନବ ବିବାହିତା ମହିଳା ଘର ଭିତରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୁତ୍ରରୁ ସୁଚନା ମିଳିଛି। ଗତ ମାସ ଫେବ୍ରୁଆରି ମାସରେ ସେ ଧର୍ମେନ୍ଦ୍ର ମହାନ୍ତିଙ୍କୁ ବିବାହ କରିଥିଲେ। କଞ୍ଚଣା ଗ୍ରାମର ସରସ୍ୱତୀ ସାହୁଙ୍କ ଝିଅ ବନିତା ମହାନ୍ତି(୨୧)। ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ପରିବାରଙ୍କ ମନରେ। ଘଟଣା ସ୍ଥଳରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ଅପମୃତ ମାମଲା କେସ୍ ନଂ- ୬/୨୦ ରେ ରୁଜୁ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି ।


