ବେକରେ ଶାଢ଼ୀ ଗୁଡେଇ ଝୁଲନ୍ତା ଅବସ୍ଥାରେ ଯୁବତୀର ମୃତ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁଣ୍ଡିଗୁଡା ଗ୍ରାମ ନିକଟରେ ଥିବା ଢଂଗରୀରୁ ଏକ ଯୁବତୀର ମୃତଦେହ ଦେଖିବାକୁ ମିଳିଛି । ଯୁବତୀଙ୍କ ବେକରେ ପିନ୍ଧିଥିବା ଶାଢ଼ୀ ଗୁଡେଇ ମୃତ୍ୟୁ ହୋଇଥିବା ଜଣାପଡିଛି।ପ୍ରାଥମିକ ତଦନ୍ତରୁ ଯୁବତୀ ଜଣକ ଜୟପାଟଣା ଥାନା ଅନ୍ତର୍ଗତ କୁଣ୍ଡିଗୁଡା ଗ୍ରାମର ମନ ମାଝୀଙ୍କ ଝିଅ ନିରୂପମା ମାଝୀ (୨୫) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ନିରୂପମା ଗତ ଚାରିବର୍ଷ ତଳେ କୋକସରା ବ୍ଳକ ବୋବରିଆ ଗ୍ରାମର ନରେନ୍ଦ୍ର ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ମାସ ହେଲା ପରେ ନିରୂପମା ଓ ନରେନ୍ଦ୍ରଙ୍କ ମଧ୍ୟରେ ଝଗଡା ବାରମ୍ବାର ଲାଗିରହୁଥିଲା ।ଏମିତି ଚାରି ବର୍ଷ ବିତିଯିବାପରେ କିଛି ଦିନ ତଳେ ପୁଣି କୋଣସି କାରଣରୁ ଦୁହିଁଙ୍କ ମଧ୍ୟରେ କଳହ ହେବାରୁ ଗତ ଡିସେମ୍ବର ୯ତାରିଖ ଦିନ ନିରୂପମା ତାର ସ୍ୱାମୀଙ୍କ ଘର ବୋବରିଆ ଗାଁରୁ ନିଜ ଗାଁ କୁଣ୍ଡିଗୁଡା କୁ ଚାଲିଆସିଥିଲା।ଆସିବାର ତିନି ଦିନ ପରେ ୧୨ତାରିଖ ଦିନ ନିରୂପମାର ସ୍ୱାମୀ ନରେନ୍ଦ୍ର ଆସି ନିରୂପମା କୁ ବୁଝାସୁଝା କରି ନିଜ ଗାଁକୁ ନେଇଥିଲା । ପୁଣି କଳହ ହେବାରୁ ନିରୂପମାର ମା ନିରୂପମା କୁ ଦେଖିବାକୁ ବୋବରିଆ ଯାଇଥିଲେ କିନ୍ତୁ ସେଠାରେ ସେ ତାଙ୍କ ଝିଅ ନିରୂପମାକୁ ନପାଇ ଚିନ୍ତାରେ ଘରକୁ ଫେରି ଆସିଥିଲେ । ଆଜି କୁଣ୍ଡିଗୁଡା ଢଂଗରୀରେ ନିରୂପମାଙ୍କ ଝୁଲନ୍ତା ମୃତ ଦେହ ଥିବା ଖବର ପାଇ ଘଟଣା ସ୍ଥଳକୁ ଯାଇ ନିଜ ଝିଅ ନିରୂପମା ବୋଲି ଚିହ୍ନଟ କରିବା ସହ ତାଙ୍କ ଜ୍ୱାଇଁ ନରେନ୍ଦ୍ର ହି ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି । ଜୟପାଟଣା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଘଟଣା ସ୍ଥଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡ଼ାକ୍ତରଖାନାକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ