ବେକରେ ସାପ ଗୁଡ଼ାଇ ଯାତ୍ରା

ଘରେ ଗୋଟିଏ ସାପ ଦେଖିଲେ ଆମମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥାଏ । କିନ୍ତୁ ଶରୀରରେ ସାପଗୁଡ଼ାଇ ହୋଇ ଲୋକଙ୍କ ଯାତ୍ରା କେବେ ଦେଖିଛନ୍ତି? ଏମିତି ଏକ ଘଟଣା ବିହାରର ସମସ୍ତିପୁରରେ ଦେଖିବାକୁ ମିଳିଛି । ଏଠାକାର ଲୋକମାନେ ଶ୍ରାବଣ ମାସର ପ୍ରଥମ ସୋମବାର ନଦୀରେ ବୁଡ ପକାଇବା ସହିତ ସାପକୁ ଧରି ମନ୍ଦିରରେ ପହଞ୍ଚି ପୂଜା କରିଥାଆନ୍ତି ।ସମସ୍ତିପୁରର ବିଭୂତିପୁରରେ ପ୍ରତିବର୍ଷ ଭଳି ଚଳିତ ଥର ବି ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ୨୫ଜଣ ଲୋକ ବୁଡ଼ ପକାଇଥିବାବେଳେ ୩୦୦ରୁ ଊଦ୍ଧ୍ୱର୍ ସାପକୁ ଧରି ସେମାନେ ନିଜ ଶରୀରର ଗଳା ଓ ହାତରେ ଗୁଡାଇଥିଲେ । ଏପରି ଅବସ୍ଥାରେ ସେମାନେ ମା’ ଭଗବତୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଶ୍ରଦ୍ଧାଳୁମାନେ ଏମାନଙ୍କ ପଛପାଶ୍ୱର୍ରେ ଛିଡା ହୋଇ ଜୟଜୟକାର କରୁଥାଆନ୍ତି । ଏହି ପରମ୍ପରାକୁ ନେଇ ଭଗତ ରାମ ସିଂହ ନାମକ ବ୍ୟକ୍ତିଙ୍କ କହିବାନୁସାରେ, ତାଙ୍କ ପୂର୍ବଜ ୧୮୬୮ ମସିହାରୁ ମାତା ବିଷଧରଙ୍କ ପୂଜା କରି ଆସୁଛନ୍ତି । ଏହା ଆଜି ବି ଜାରି ରହିଛି । ପ୍ରଥମେ ଏହି ପୂଜା ତାଙ୍କ ଘରେ ହେଉଥିଲା । ପରେ ୧୯୫୧ ମସିହାରେ ଏହି ପୂଜା ପାଇଁ ଏକ ମନ୍ଦିର ନିର୍ମାଣ ହୋଇଥିଲା । ଏହାପରେ ଏହି ପରମ୍ପରାକୁ ବିଶାଳ ଆକାରରେ ପାଳନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ