ବେକରେ ହେଉଥିବା କଳାଦାଗ ଦୂର କରିବାର ଉପାୟ

ଆଜିକାଲି ସବୁ ମହିଳା ଏବଂ ପୁରୁଷ ନିଜ ନିଜ ମୁହଁକୁ ଚମକାଇବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ସହ ମୁହଁକୁ ପ୍ରଦୂଷଣ ମୁକ୍ତ ରଖିଥାଆନ୍ତି । କିନ୍ତୁ ମୁହଁକୁ ଚମକାଇବା ନିଶାରେ ସେମାନେ ବେକକୁ ଭୁଲି ଯାଆନ୍ତି । ବଢ଼ୁଥିବା ପ୍ରଦୂଷଣ ମୁହଁ ସହ ବେକ ଉପରେ ମଧ୍ୟ ପ୍ରଭାବ ପକାଏ ବୋଲି କେହି ଭାବନ୍ତି ନାହିଁ । କେବେ ଆପଣ ମୁହଁ ସହ ବେକକୁ ତୁଳନା କରିଛନ୍ତି । ମୁହଁକୁ ସଫା କରିବା ନିଶାରେ ଆପଣଙ୍କ ବେକରେ ଥିବା କଳା ଦାଗ ଧୀରେ ଧୀରେ ବଢ଼ିବାରେ ଲାଗିଛି । ତାହାର ଉପଚାର ପାଇଁ କେବେ କିଛି ଭାବିଛନ୍ତି କି? ଯଦି ନାଁ, ତେବେ ଆଜି ଆମେ ଜଣାଇବୁ ଏହି ଅସୁବିଧାରୁ ମୁକ୍ତି ପାଇବାର ଉପାୟଷ୍ଟିମିଙ୍ଗ: ବେକରୁ କଳା ଦାଗ ଛଡାଇବା ପାଇଁ ପ୍ରଥମେ ଗରମ ପାଣିରେ ଟାୱାଲ ବୁଡାଇ ବେକରେ ଗୁଡାଇ ଦିଅନ୍ତୁ । ୫ ମିନିଟ ରଖିବା ପରେ ଏହାକୁ କାଢ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ହେବା ସହ ବେକରେ ଥିବା ମଇଳା ବାହାରିଯାଏ ।କଳା ଦାଗ ଦୂର କରିବା ପାଇଁ ଅନ୍ୟ ଏକ ଉପାୟ ହେଲା ଅଧା ଚାମଚ ଲୁଣରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ଏବଂ ଅଧ ଚାମଚ ନଡିଆ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ବେକରେ ୫ ମିନିଟ ଯାଏ ଘଷନ୍ତୁ । ଏପରି କରିବା ଦ୍ୱାରା ବେକରୁ ମୃତ କୋଷିକା ଗୁଡିକ ବାହାରିଯାଇଥାଏ ।ଗୋଟେ ପୁରା ଚାମଚ ଚନ୍ଦନ ପାଉଡରରେ ମୁଲତାନି ମାଟି, ଲେମ୍ବୁ ରସ ଏବଂ କଞ୍ଚା କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବେକରେ ଲଗାଇବା ସହ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏପରି କରିବା ଦ୍ୱାରା ବେକରେ ଥିବା କଳା ଦାଗ ଧୀରେ ଧୀରେ ଦୂର ହୋଇଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ