ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ବିଦ୍ରୋହ ପ୍ରସ୍ତୁତି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଦୀର୍ଘ ୩ ଦଶନ୍ଧିର ନୀରବତା ଭାଙ୍ଗି ଅଗଷ୍ଟ ୯ କ୍ରାନ୍ତିକାରୀ ଦିବସରେ ଏକ ବିଶାଳ ଯୁବଛାତ୍ର ସମାବେଶ ଆୟୋଜନ ହେଉଛି । ପ୍ରଥମଥର ପାଇଁ ବିନା କୌଣସି ରାଜନୈତିକ ଦଳର ଯୁବଛାତ୍ର ସଂଗଠନ ବେକାରୀ ସମସ୍ୟାର ସମାଧାନ ଓ ନିଯୁକ୍ତି ନ ହେଲେ ବେକାରୀ ଭତ୍ତା ଦାବି ପ୍ରସଙ୍ଗ ଉଠିବ । ଆଜି ଉକ୍ରଳ ସାମ୍ବାଦିକ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଶେଷଦେବ ନନ୍ଦ କହିଲେ ଯେ, ଓଡ଼ିଶାକୁ ଜଗନ୍ନାଥ ଯେଉଁ ସମ୍ପତ୍ତି ଦେଇଛନ୍ତି, ସେଥିରେ ଜଣେ ବି ଶିକ୍ଷିତ ଅଶିକ୍ଷିତ ଯୁବକ ବେକାର ରହିବା କଥା ନୁହେଁ । ମାତ୍ର ଓଡ଼ିଶାର ରାଜନେତାମାନେ ବର୍ଷ ବର୍ଷ ଧରି ଏ ରାଜ୍ୟରେ ଅମୂଲ୍ୟ ସମ୍ପଦକୁ ଶାଗ ମାଛ ଦରରେ ବିକ୍ରି କରି ନିଜ ରାଜ୍ୟକୁ ଓ ରାଜ୍ୟବାସୀଙ୍କୁ କାଙ୍ଗାଳ କରିବା ସହ ନିଜେ ଧନୀ ହେଉଛନ୍ତି । ନିଜ ଦେଶରେ କୌଣସି ପ୍ରାକୃତିକ ସମ୍ପଦ ନଥିବା ଦେଶମାନେ ଉନ୍ନତିର ଶିଖର ଛୁଉଁଥିବା ବେଳେ ଓଡ଼ିଶା ବେକାରୀ, ଦାରିଦ୍ର୍ୟ, ଅଶିକ୍ଷାର ବୋଝରୁ ମୁକୁଳିପାରି ନାହିଁ । ଏହାର କାରଣ ଦିଶାହୀନ ରାଜନେତାଙକୁ ସେମାନଙ୍କର ଉତ୍ତରଦାୟିତ୍ୱରେ କୈଫତ ମାଗିବା ପାଇଁ ଯୁବ ସମାଜ ପ୍ରସ୍ତୁତ ହୋଇନାହାଁନ୍ତି । ଅକ୍ଟୋବର ୯ ସମ୍ମିଳନୀରେ ବେକାରୀ ଭତ୍ତା ଓ ସମସ୍ତଙ୍କୁ •ଉଳ ନୁହେଁ •କିରୀ ଦାବୀରେ ବଡ଼ ଆନ୍ଦୋଳନ ଘୋଷଣା ହେବ ।ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ କହିଲେ ଯେ, ନବୀନଙ୍କ ୨୦ ବର୍ଷ ଶାସନରେ ୫୦ ଲକ୍ଷରୁ ୪୯ ଲକ୍ଷ ୫୧ ହଜାର ଲୋକ ବେକାର ହୋଇଛନ୍ତି । ନରେନ୍ଦ୍ର ମୋଦିଙ୍କ ବର୍ଷକୁ ୨ କୋଟି •କିରୀ ମଧ୍ୟ ସ୍ୱପ୍ନ ହୋଇଛି । ଦେଶର ବିପୁଳ ଯୁବ ସମ୍ପଦ ଦେଶ ପାଇଁ ସମ୍ପଦ ହେବା ପରିବର୍ତ୍ତେ ଡ଼ଷ୍ଟବିନ୍ରେ ପରିଣତ ହୋଇଛି । ଦେଶର ମୂଲ୍ୟବାନ ଯୁବବର୍ଗ କେଉଁ କାମରେ ଲାଗିବେ କିଭଳି କୁଶଳୀ ହେବେ ସେଥିପାଇଁ ସରକାରଙ୍କ ଠୋସ୍ କାର୍ଯ୍ୟକ୍ରମ ନାହିଁ । ସେହିଭଳି ରାଜ୍ୟର ଓ ଦେଶର ସାଂସ୍କୃତିକ ବାତାବରଣ ଏଭଳି ହୋଇଛି ଯେ ଯୁବସମାଜ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦଙ୍କ ନାଁକୁ ଭୁଲି ରିଲ୍ ହିରୋଙ୍କୁ ନିଜର ରୋଲ ମଡ଼େଲ ଭାବୁଛନ୍ତି । ତେଣୁ ଅସଂଖ୍ୟ ଯୁବସମାଜ ମଧ୍ୟରେ ବୈପ୍ଲବିକ ଚେତନାର ନିର୍ମାଣ ତଥା ନୂଆ ସମାଜ ନିର୍ମାଣ ଓ ସମାଜର ପରିବର୍ତ୍ତନ ପାଇଁ ଯୁବ ସମାଜକୁ ଶପଥ କରାଇବା ଉଦ୍ଦେଶ୍ୟରେ ‘ଅଗଷ୍ଟ ୯’କୁ ସମ୍ମିଳନୀ ତାରିଖ ବଛାଯାଇଛି । ଏହି ସମାବେଶ ପରେ ଯୁବଛାତ୍ର ଆନ୍ଦୋଳନ ମୁଖର ହେବ । ଉପଯୁକ୍ତ ଶିକ୍ଷାନୀତି, ନିଯୁକ୍ତି ସହ ରାଜ୍ୟର ଆଇନ୍ ଶୃଙ୍ଖଳା, ଖଣି, ଲଘୁ ଖଣିଜ ଦ୍ରବ୍ୟ େ•ରା•ଲାଣ ଠାରୁ ଆରମ୍ଭ କରି ଗଣଦୁଷ୍କର୍ମ, ନିଶାମୁକ୍ତ ସମାଜ ପାଇଁ ସଂଗଠନ କାମ କରିବ । ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଦେଶଗଠନ କାମ ଯୁବସମାଜ ନେବେ । ସଂଗଠନର ରାଜ୍ୟ ସହସଂଯୋଜକ ସାଇ ପ୍ରସାଦ କହିଲେ ଯେ, ସବୁ କ୍ଷେତ୍ରରେ ଓଡ଼ିଶା ନୈରାଶ୍ୟ ସ୍ଥିତିରେ ଗତି କରୁଛି । ୮୨ ହାଇସ୍କୁଲ୍ରେ ଏବର୍ଷ ଶୂନ୍ୟଫଳ ହେଉଛି । ମୁଣ୍ଡ ବିନ୍ଧିଲେ ସରକାର ମୁଣ୍ଡକାଟ କରୁଛନ୍ତି । ପଡ଼ୋଶୀ ରାଜ୍ୟ ସରକାର ଘୋଷଣା କଲେଣି ଯେ ଆନ୍ଧ୍ରର ଯିଏ ଶିଳ୍ପ କରିବ ସେ ୭୫ ଭାଗ ସ୍ଥାନୀୟ ଲୋକଙ୍କୁ •କିରୀ ଦେବ । ଆମର କେଉଁଥିରେ କଟକଣା ନାହିଁ । ମହିଳାମାନେ ସବୁଦିଗରୁ ଏଠି ଅସୁରକ୍ଷିତ । ସରକାର ମହିଳାମାନଙ୍କ ସ୍ୱାର୍ଥର ଚମ୍ପିଅନ ବୋଲି କହୁଛନ୍ତି । ଏଣେ ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବା ସହ ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦେବେ ବୋଲି ପ୍ର•ର କରୁଛନ୍ତି । ଏମିତି ଡ଼ବଲଷ୍ଟାଣ୍ଡାର୍ଡ଼ ସରକାରଙ୍କୁ ବିରୋଧ କରିବା ସହ ବ୍ୟବସ୍ଥା ପରିବର୍ତ୍ତନ ଆନ୍ଦୋଳନକୁ ଛାତ୍ରମାନେ ଗତିଶୀଳ କରିବେ । ଏହି ସମ୍ମିଳନୀରେ ସଂଗଠନର ପ୍ରତିଷ୍ଠାତା, ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ତଥା ଇଣ୍ଡିଆ ଫର୍ ପାର୍ଟିଲେସ୍ ଡ଼େମୋକ୍ରାସି ଆନ୍ଦୋଳନର ଉଦ୍ୟୋକ୍ତା ଅକ୍ଷୟ କୁମାର ଯୋଗଦେବେ । ତମାମ ଓଡ଼ିଶାରୁ ୧୦,୦୦୦ରୁ ଉଦ୍ଧ୍ୱର୍ ଯୁବଛାତ୍ର ସମ୍ମିଳନୀରେ ଯୋଗ ଦେଇ ନୂଆ ଓଡ଼ିଶା ନିର୍ମାଣ ପାଇଁ ଶପଥ ନେବେ ବୋଲି କହିଥିଲେ ।