ବେକାର ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ସାରା ଓଡ଼ିଶାରେ ହଜାର ହଜାର ଶିକ୍ଷିତ ସିଟି/ବିଇଡ଼ି ଯୁବତୀ ଚାକିରୀ ନ ପାଇ ନୈରାଶ୍ୟ ଜୀବନ ଯାପନ,ଭୋକ ଉପାସରେ କରୁଛନ୍ତି ।ସେହି ବେକାର ଶିକ୍ଷିତ ତାଲିମ ପ୍ରାପ୍ତ ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ନେଇ ସାରା ଓଡ଼ିଶାରେ ଆଜି ଅଲ୍ ଇଣ୍ଡିଆ ଅନୟମ୍ପଲୟଡ ୟୋଥ ଷ୍ଟ୍ରଗଲ କମିଟି ତରଫରୁ ଆନ୍ଦୋଳନ ଡ଼ାକରା ଦିଆଯାଇଛି ।ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସଂଗଠନ ବାମନଘାଟୀ ସଭାପତି ମନୋଜ ମହାନ୍ତଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା । ପରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ମଧ୍ୟରେ ବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଗୁଡ଼ିକରେ ନିଯୁକ୍ତି ପ୍ରଦାନ, ଛାତ୍ର ସଂଖ୍ୟା କମ୍ ଦର୍ଶାଇ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତିକୁ ବାତିଲ କରାଯିବା, ସିଟି, ବିଡ଼ି କଲେଜରେ ନାମଲେଖା ପ୍ରକ୍ରିୟା ତୁରନ୍ତ କରାଯିବା,ଏବଂ ଶିକ୍ଷାର ଘରୋଇକରଣ,ବ୍ୟବସାୟୀକରଣ ଏବଂ ସାମ୍ପ୍ରଦାୟିକ କରଣ ବନ୍ଦ କରାଯାଉ ଇତ୍ୟାଦି ।ଏହି ଆନ୍ଦୋଳନ ରେ ଡମାନ ମାଝୀ, ଲକ୍ଷ୍ମୀପ୍ରିୟା ମୁର୍ମୁ, କାର୍ତ୍ତିକ ମହାନ୍ତ,ଲକ୍ଷ୍ମଣ ଦେହୂରୀ, ଗୋବିନ୍ଦ ପାତ୍ର,ସୁକୁରା ନାଏକ,କୁନାଲ ନାଏକ,ବିଦୁ ନାଏକ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ