ବେଗୁନିଆପଡ଼ା ବ୍ଳକରେ ବିଜେପିର ମାରାଥନ ପ୍ରଚାର
କୋଦଳା, (ଗୁଲସନ କୁମାର କର) :-ଲୋକଙ୍କୁ ଅଧିକାର, ଗାଁ ଗାଁ ରେ ବିଜେପି ସରକାର, ଏଭଳି କିଛି ନାରା ଦେଇ ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ୪୫ ନମ୍ବର ଜୋନ୍ ରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଜୟ ଘୋଷଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛନ୍ତି ବହୁ ବରିଷ୍ଠ ବିଜେପି ନେତା। ସୋମବାର ବେଗୁନିଆପଡ଼ା ମେଡିକାଲ ଛକରୁ ଏକ ରୋଡ୍ ସୋ ରେ ବିଜେପିର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରଂଜନ ପଲେଇଙ୍କ ସହ ପୋଲସରା ଅଞ୍ଚଳର ବରିଷ୍ଠ ନେତା ପ୍ରଭାକର ପଣ୍ଡା, ସୋରଡ଼ା ବିଧାୟକ ପାର୍ଥୀ ନୀଳମଣି ବିଷୋୟୀ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୀରା ଦେଓ ପ୍ରମୁଖ ଏହି ଜୋନ୍ ର ୮ ପଞ୍ଚାୟତରେ ପ୍ରଚାର କରିଥିଲେ। ୪୫ ନମ୍ବର ଜୋନ୍ ବିଜେଡିର ଗଡ଼ ହୋଇଥିବା ବେଳେ ଏବେ ଏହି ଗଡକୁ ଦଖଲ କରିବା ପାଇଁ ଦିନରାତି ଏକ କରି ଦେଇଛି ବିଜେପି । ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଘୋଷ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସମସ୍ଯା ସମ୍ପର୍କରେ ଆଲୋଚନା କରିବା ସହ ବିଜେପିକୁ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି । ବିଜେଡି ସରକାରର ଦୁର୍ନୀତି, ଅରାଜକତା ବିରୁଦ୍ଧରେ ଲୋକକୁଂ ସଚେତନ କରାଇବା, ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବିଜେପିର ହାତ ମୁଠାକୁ ଟାଣ କରିବା ସହ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ବିଜେପି ନେତା ଭୋଟରଙ୍କୁ ଅପିଲ୍ କରିଛନ୍ତି ।