ବେଗୁନିଆପଡା କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ
ବେଗୁନିଆପଡା, (ଯୁଗାବ୍ଦ ନ୍ୟୁଜ୍ ) ବୁଧବାର ପୂର୍ବାହ୍ନରେ ବେଗୁନିଆପଡା କନିଷ୍ଠଯନ୍ତ୍ରୀ ସୁଧିର କୁମାର ହୋତା କୁମ୍ଭାର ଗାଁ ପରିଦର୍ଶନ କରି ବ୍ଲକ କୁ ଫେରୁଥିବାବେଳେ ରାସ୍ତାରେ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଏହା ପରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସଂଙ୍ଗେ ସଂଙ୍ଗେ ସୁମଣ୍ଡଳ ମେଡିକାଲକୁ ଅଣାଯାଇଥିଲା । ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ୧୦୮ ଆମ୍ବୁଲାନସ୍ ଯୋଗେ ସ୍ଥାନାନ୍ତରିତ ହେଉଥିବା ସମୟରେ ତାଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି । ରାଜ୍ୟରେ ଡହ ଡହ ଖରା ସାଙ୍ଗକୁ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ତାପମାତ୍ରା ୩୯ ଡିଗ୍ରୀ ସେଲସିଏସ ରହିଥିଲା । ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଏହି ଭଳି ଘଟଣା ଘଟିଥିବାରୁ ଅଂଶୁଘାତ କାରଣରୁ ତାଙ୍କର ମୃତ ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକ ପାଇଁ ସୁଧିର ଦୀର୍ଘ ୨ ବର୍ଷ ଧରି ଲୋକମାନଙ୍କର ସେବା କରୁଥିବା ସହ ସେ ଜଣେ ମିଷ୍ଟଭାଷୀ ,ଓ ପରୋପକାରୀ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ରେ ବିଡିଓ ଅରୁଣ କୁମାର ମଲ୍ଲିକ ଙ୍କ ସହ ସହକାରୀ ଯନ୍ତ୍ରୀ ଓ ସମସ୍ତ କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।