ବେଗୁନିଆପଡା ପ୍ରବେଶ ପଥରେ ଦୁର୍ଗନ୍ଧ ରେ ଭର୍ତ୍ତି ଆବର୍ଜନା,ଦାୟିତ୍ୱ କୁ ନେଇ ପ୍ରଶ୍ନ
କୋଦଳା,(ଗୁଲସନ କୁମାର କର): କଞ୍ଚଣା ବେଗୁନିଆପଡା ମୁଖ୍ୟ ରାସ୍ତା ତଥା ବେଗୁନିଆପଡା ବ୍ଲକର ପ୍ରବେଶ ପଥରେ କୁଢ଼ କୁଢ଼ ଆବର୍ଜନା ଜନସାଧାରଣ ଙ୍କୁ ରୋଗବ୍ୟାଧି ରେ ପକାଉଛି | ଦୀର୍ଘ ବର୍ଷ ଧରି ଏମିତି ପରିସ୍ଥିତି ଲାଗି ରହିଥିବା ବେଳେ କରୋନା ର ଲକ ଡାଉନ ସମୟରେ ଆହୁରି ଅଧିକ ମଇଳା ଆବର୍ଜନା ଜମା ହୋଇଥିବା ଦେଖିବାକୁ ମିଳିଛି | ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ରେ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟ ଚାଲୁଥିବ ବେଳେ ପ୍ରବେଶ ପଥର ମୁଖ୍ୟ ରାସ୍ତାର ଅଳିଆ ଆବର୍ଜନା କୁ ନେଇ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ଦୃଷ୍ଟି ଗୋଚର ହେଉନଥିବା ଅଭିଯୋଗ ହୋଇଛି | ନିକଟରେ ଏକ ମନ୍ଦିର ଥିବା ସତ୍ୱେ ଏହି ଭଳି କୁଢ଼ କୁଢ଼ ଆବର୍ଜନା କୁଆଡୁ ଆସୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ସମୟରେ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଙ୍କ ଆତଯାତ ଲାଗିରହିଥିଲେ ମଧ୍ୟ୍ୟ ଏହି ଆବର୍ଜନା ଯେମିତି ସମସ୍ତ ଙ୍କ ନଜର ଆଢୁଆଳରେ ରହିଯାଉଛି |ଏ ନେଇ କଞ୍ଚଣା ପଞ୍ଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରେ, ଏ ନେଇ ଗ୍ରାମ୍ୟ କମିଟି ଜରିଆରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି | ଏ ସମସ୍ୟା ର ତୁରନ୍ତ ସମାଧାନ ନେଇ ଅଞ୍ଚଳବାସୀ ଦାବୀ କରିଛନ୍ତି |