ବେଗୁନିଆପଡା ବ୍ଲକ୍ ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବେଗୁନିଆପଡା ପଞ୍ଚାୟତ ସଭାଗୃହ ପ୍ରକୋଷ୍ଠ ଠାରେ ଗୁରୁବାର ଦିନ ବ୍ଲକ୍ ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ପାରମ୍ପରିକ ଲୋକକଳାର ପ୍ରୟୋଗ ମାଧ୍ୟମରେ ପ୍ରଚାର ପ୍ରସାର ପ୍ରତି ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ । ଏଥି ସକାଶେ ବେଗୁନିଆପଡାର ସମସ୍ତ ବ୍ଲକ୍କଳା ସାଂସ୍କୃତିକ ଦଳର ମୁଖ୍ୟ ଏବଂ କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । କଳାକାରଗଣ ସେମାନଙ୍କ ପାରମ୍ପରିକ କଳା ପ୍ରଦର୍ଶନ ମାଧ୍ୟମରେ କିଭଳି ସରକାରଙ୍କ ବିଭି୍ନ୍ନ ଜନ ହିତକର ଯୋଜନା ଗୁଡିକ ପ୍ରଚାର ପ୍ରସାର କରିବେ ଏବଂ ଏଥିରୁ ସର୍ବସାଧାରଣ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ସେଥିରୁ ଲାଭ ପାଇବେ, ସେହି ଆଭିମୁଖ୍ୟ ନେଇ କର୍ମଶାଳା ଆଯୋଜିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉକି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମ ଆଯୋଜନ କରାଯାଇ ରାଜ୍ୟ ସ୍ତରୀୟ ଏବଂ ପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶେଷ ହୋଇଯାଇଛି । ସଂପ୍ରତି ବ୍ଲକ୍ ସ୍ତରୀୟ କଳାକାର ମାନଙ୍କ ଦଳ ସଂଖ୍ଯା ବୃଦ୍ଧି କରାଯାଇ ପଞ୍ଜିକରଣ କରାଯାଇଛି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତା ମାସରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ କଳାକାରଗଣ ପ୍ରତି ଗ୍ରାମାଞ୍ଚଳ ସ୍ତରରୁ ପ୍ରଚାର ପ୍ରସାର କରିବେ ।ଗୁରୁବାର ଦିନ ଅନୁଷ୍ଠିତ ଏହି ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିରଟି ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପ ସଭାପତି ମହେଶ୍ବର ବରାଡଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ, ଚାଇଇଲ୍ଡ ଲାଇନ୍ର ନିର୍ଦ୍ଦେଶକ ସୁଧୀର କୁମାର ସାବତ, ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ,ମହିଳା ଓ ଶିଶୁ ବିକାଶ ଅଧିକାରୀ ସଂଧ୍ୟା ପଟ୍ଟନାୟକ, ସ୍ବାସ୍ଥ୍ୟ ଅଧିକାରୀ ଡଃ ସଂଜୟ କୁମାର ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍. ମୀରା କୁମାରୀ, କାଳୀମେଘ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ରହି ପ୍ରଚାର ପ୍ରସାର କାର୍ଯ୍ୟର ବ୍ୟାପକତା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକ୍ରୀଷ୍ଣ ରାମ ଉପସ୍ଥିତ ରହି ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଆଭିମୁଖ୍ଯ ଏବଂ ସରକାରଙ୍କ ଯୋଜନା ଗୁଡିକ ପ୍ରଚାର ପ୍ରସାର ପୂର୍ବରୁ କଳାକାରଗଣ କିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଦର୍ଶକଙ୍କ ଠାରେ ଉପସ୍ଥାପନ କରିବେ ସେହି ସମ୍ପର୍କରେ ସମସ୍ତ କଳାକାର ଦଳଙ୍କ ମୁଖ୍ଯ ମାନଙ୍କୁ ବୁଝାଇଥିଲେ । ଏହି ଦୁଇଦିନିଆ ପ୍ରଶିକ୍ଷଣରେ ବେଗୁନିଆପଡା ବ୍ଲକ୍ ର ୬୦ ରୁ ଉର୍ଦ୍ଧ୍ବ କଳାକାରଦଳ ଅଂଶ ଗ୍ରହଣ କରିବା ନିମନ୍ତେ ପଞ୍ଜିକରଣ କରି ଏହି କର୍ମଶାଳା ଶିବିରରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ