ବେଗୁନିଆପଡା ବ୍ଲକ ରେ ବଣ୍ଟନ ହେଲା ନ୍ତୋଦୟ ଗୃହ କାର୍ଯ୍ୟାଦେଶଅ
କୋଦଳା,(ବାପୁନି କୁମାର ମାଲୁ):ବେଗୁନିଆପଡା ବ୍ଲକ ରେ ବଣ୍ଟନ ହେଲା କାର୍ଯ୍ୟାଦେଶ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ତୋଦୟ ଯୋଜନାର ସମସ୍ତ ହିତାଧିକାରୀ ଯଥା ଦିବ୍ୟାଙ୍ଗ, ରୋଗାଗ୍ରସ୍ତା, ବିଧବା, ବାତ୍ୟା ଓ ଘରପୋଡି ରେ କ୍ଷତିଗ୍ରସ୍ତ, ଅସହାୟ, ହିତାଧିକାରୀଙ୍କୁ ଏହି ସେବା ଯୋଗାଇବା ଏହାର ଲକ୍ଷ । ଏହାକୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଠାରେ ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରେ ଆଜି ବେଗୁନିଆପଡା ବ୍ଲକରେ ଆଭାସୀ ମାଧ୍ୟମରେ ଲୋକଙ୍କୁ ଯୋଡ଼ା ଯାଇଥିଲା । ଏଥିସହ 70 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସସ୍ମିତା ଶତପଥି, ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି,ଏ ଵି ଡି ଓ ଵି ପି ସି ବୃନ୍ଦାବନ ସାହୁ ଉପସ୍ଥିତ ରହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସମିତି ସଭ୍ୟଙ୍କ ସମେତ ସରକାରୀ କର୍ମୀ ଚାରି, ହିତାଧିକାରୀ,ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ ।