ବେଗୁନିଆ ପୁଲିସ ଦ୍ୱାରା ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଖୋରଧା (ଜୁଗାବ୍ଦ ନ୍ୟୁଜ୍‍): ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୫ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ବେଗୁନିଆ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁସାରେ ସବ୍ଇନ୍ସ୍ପେକ୍ଟର ବିଜୟ କୁମାର ମଲ୍ଲିକ, କେସ୍ ନଂ.୫୮/୧୯, ୫୯/୧୯ ଏବଂ ୭୪/୧୯ର ତଦନ୍ତ ଜାରି ରଖିଥିବାବେଳେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ପିଣ୍ଟୁ ମାଝି ଏବଂ ଉମେଶ ସାହୁ ବନ୍ଧୁକ ଧରି କାଳୁଚୁଆ ମୁଣ୍ଡିଆରେ ବୁଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ସଦଳ ବଳେ ଉକ୍ତ ମୁଣ୍ଡିଆକୁ ଘେରାଉ କରିଥିଲେ । ଆସାମୀ ଦୁଇଜଣ ପୁଲିସକୁ ଦେଖି ଆଖି ବୁଜା ଗୁଳି ଚାଳନା କରିଥିଲେ । ଫଳରେ ବେଗୁନିଆ ଥାନା ଅଧିକାରୀଙ୍କ ସମେତ ଅନ୍ୟ କେତେକ ପୁଲିସ କର୍ମ·ରୀ ସାମାନ୍ୟ ଆହତ ହୋଇଥିଲେ । ପୁଲିସର ପାଲଟା ଆକ୍ରମଣରେ ଦୁଇ ଅପରାଧି ପିଣ୍ଟୁ ଓ ଉମେଶ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ଭୁବନେଶ୍ୱରସ୍ଥିତ ଏମଏସ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିଲା । ସେମାନଙ୍କ ଅବସ୍ଥାରେ ଉନ୍ନତି ଆସିବା ପରେ ବେଗୁନିଆ ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲା । ତାଙ୍କ ଗ୍ୟାଙ୍ଗ୍ର ଅନ୍ୟମାନଙ୍କ ବିଷୟରେ ଦୁହିଁଙ୍କଠାରୁ ପୁଲିସ ସୂଚନା ପାଇବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ୟ ତିନି ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇପାରିଥିଲା । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଦୁଇଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଫୋନ୍, ଦୁଇଟି ବାଜାଜ ପଲ୍ସର୍ ବାଇକ ଜବତ କରାଯାଇଥିଲା । ପିଣ୍ଟୁ ଏବଂ ଉମେଶଙ୍କ ନାମରେ ବିଭିନ୍ନ ସଙ୍ଗୀନ ଦଫାରେ ବେଗୁନିଆ ଥାନାରେ ୮ଟି କେସ୍, ଖୋର୍ଦ୍ଧା ଟାଉନ ଥାନାରେ ଗୋଟିଏ କେସ୍, ଖୋର୍ଦ୍ଧା ସଦର ଥାନାରେ ଦୁଇଟି କେସ୍, ଖଣ୍ଡପଡ଼ା ଥାନାରେ ଗୋଟିଏ, ଜଙ୍କିଆ ଥାନାରେ ଗୋଟିଏ, କଟକ ଜିଲ୍ଲା ବୈଦେଶ୍ୱର ଥାନାରେ ଗୋଟିଏ ମାମଲା ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ବେଗୁନିଆ ପୁଲିସ କେସ୍ ନଂ.୭୬/୧୯ରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବାବେଳେ ତା ୧୨.୦୫.୨୦୧୯ରିଖ କେଶ ନଂ.୭୪/୧୯ରେ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡ଼ିରୁ ୯୪,୩୦୯ଟଙ୍କା ଲୁଟ୍ ଘଟଣାରେ ସୁବ୍ରତ କୁମାର ପ୍ରଧାନ, ପିତାମ୍ବର ପ୍ରଧାନ, ମିଥୁନ ବେହେରା ସମସ୍ତଙ୍କ ଗ୍ରାମ ବଡ଼ବାଣପୁର, ଜିଲ୍ଲା ନୟାଗଡ଼ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲଣ କରିଛି । ଏ ସମସ୍ତଙ୍କ ଅଭିଯୁକ୍ତଙ୍କ ନାମରେ ମଧ୍ୟ ବେଗୁନିଆ, ଖଣ୍ଡପଡ଼ା, ଗଣିଆ, ବୈଦେଶ୍ୱର ଥାନାରେ ମାମଲା ରହିଥିବା ବେଗୁନିଆ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ଏ ସମ୍ପର୍କରେ ଖୋର୍ଦ୍ଧା ଏସ୍ପିଡିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ଥାନାଧିକାରୀ ରଶ୍ମୀ ରଞ୍ଜନ ସାହୁ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ନିକଟରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ଖୋର୍ଦ୍ଧା ପୁଲିସ ତଥା କ୍ରାଇମ୍ବ୍ରାଞ୍ଜ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ