ବେଗୁନିଆ ବ୍ଲକରେ ଏ-୧ ଗ୍ରେଡ୍ ପାଇଲେ ୮ ପରୀକ୍ଷାର୍ଥୀ

ବେଗୁନିଆ , ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ ଅନ୍ତର୍ଗତ ଛତ୍ରପଡ଼ା ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ରୀ ଜ୍ୟୋତିର୍ମୟୀ ଜୟସିଂହ ସର୍ବାଧିକ ୫୬୩ ନଂ ରଖି ବେଗୁନିଆ ବ୍ଲକରେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଛତ୍ରପଡ଼ା ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ କପିଳାସ ଜୟସିଂହଙ୍କ ସାନ ଝିଅ । ସେ ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ତାଙ୍କର ଏହି ସଫଳତା ପଛରେ ପିତା କପିଳାସ, ମାତା ଗୀତାଞ୍ଜଳୀ, ଦୁଇ ବଡ଼ ଭଉଣୀଙ୍କ ସମେତ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପ୍ରେରଣା ରହିଥିବା ପ୍ରକାଶ କରିଥିଲେ । ଭବିଷ୍ୟତରେ ସେ ଜଣେ ଆଇଏସ ଅଫିସର ହେବାକୁ ଆଶା ରଖିଛନ୍ତି ବୋଲି ବେଗୁନିଆ ପ୍ରତିନିଧିଙ୍କୁ ସେ କହିଛନ୍ତି । ସେହିପରି କଣ୍ଟାବାଡ଼ ନୀଳକଣ୍ଠ ନୋଡାଲ ହାଇସ୍କୁଲର ଛାତ୍ର ଜଗଦୀସ ମହାପାତ୍ର, ପୋଡ଼ାଡ଼ିହ ଜନତା ବିଦ୍ୟାପୀଠର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ପରିଛଳ ସରକାରୀ ହାଇସ୍କୁଲର ଛାତ୍ରୀ ସ୍ମରପ୍ରୀୟା ବେହେରା, ଛାତ୍ର ପ୍ରଶାନ୍ତ କୁମାର ଦାସ, ସିକୋ ଚନ୍ଦ୍ରଶେଖର ନୋଡାଲ ସ୍କୁଲର ଛାତ୍ର ଆନନ୍ଦ ରାଉତରାୟ, ଛାତ୍ରୀ ରେହେନା ପରବିନ ଓ ଭଗବତୀ ବାଳିକା ଉଚ୍ଚବିଦ୍ୟାଳୟ ତୁଳସୀପୁରର ଛାତ୍ରୀ ଶୁଭୁଶ୍ରୀ ପ୍ରୀୟଦର୍ଶୀନି ପ୍ରମୁଖ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ